ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ପାଇକଡାକୁଳଗୁଡା ପଞ୍ଚାୟତ ଗ୍ରାମ ତାଡିଂପାଇଁ

ରାୟଗଡ଼ା:- ତା – ୧୦/୦୬/୨୫ (ବିଏମସି ଟିଭି ଓଡ଼ିଆ)


ନାମ. ନରସିଂହ ଯାହାଙ୍କର ଶରୀର ଅକ୍ରମଣ୍ୟ ଦୁଇଟି ଗୋଡ଼ ଜମାରୁ କାମ କରେନାହିଁ । ଏବଂ ସିଏ କୌଣସି କାମ କରିପାରନ୍ତି ନାହିଁ । ସାଥିରେ ଦୁଇଟି ପୁଅ ଓ ଗୋଟିଏ ଝିଅ ଏବଂ ସ୍ତ୍ରୀ ଯିଏ କି ନା କଥା କହିପାରନ୍ତି ନା କାନରେ ଶୁଣିପାରନ୍ତି ନାହିଁ । ପରିବାର ଚଳିବାରେ ବହୁତ କଷ୍ଟକର । ପିଲା ମାନଙ୍କ ଶିକ୍ଷା ରେ ଅଭାବ । ଏହି ବିଷୟ କୁ ନେଇ ନରସିଂହ ବହୁତ ଥର ବ୍ଲକ ଓ ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କ ସାହାଯ୍ୟ ପାଇଁ ଯାଇଥିଲେ ମଧ୍ୟ୍ୟ ସରକାର ଙ୍କ ତରଫରୁ କୌଣସି ସହାୟତା ପାଇ ପାରୁନାହାନ୍ତି । ଗ୍ରାମ ରେ ଗୋଟିଏ ଛୋଟ ଦୋକାନ କିନ୍ତୁ ପରିବାର ଭରଣପୋଷଣ ତାହା ସକ୍ଷମ ନାହିଁ । ବର୍ତମାନ କିଛି ପବନ ବର୍ଷା ହେଇଯିବ ତାହା ହେଲେ ସେହି ଜରି ପକାଇ ଥିବା ଦୋକାନ ମଧ୍ୟ୍ୟ ରହିବ ନାହିଁ । ଏବଂ ସେଇଠି ରହୁଥିବା ସ୍ଥାନୀୟ ବାସିନ୍ଦା ମଧ୍ୟ ପ୍ରତିକାର କରି କହିଛନ୍ତି ଯଦି ଏହି ପରିବାରକୁ ସରକାର ଙ୍କ ଦ୍ୱାରା କିଛି ସହାୟତା ମିଳେ ତାହାହେଲେ ମୁ । କିଛି ସୁଧାରିବ ବୋଲି ନରସିଂହ ଓ ଗ୍ରାମ ବାସିନ୍ଦା କହିଛନ୍ତି ।


ରାୟଗଡା ଜିଲ୍ଲା ରୁ ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କନ୍ଧପାଣି ଙ୍କ ରିପୋର୍ଟ ବିଏମସି ଟିଭି ଓଡ଼ିଆ।

Leave a Reply

Your email address will not be published. Required fields are marked *