ରାଇରଙ୍ଗପୁର: ତା-୦୭/୧୨ ( ବିଏମସି ଟିଭି ଓଡ଼ିଆ )
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଗସ୍ତର ଆଜି ଅନ୍ତିମ ଦିବସ । ୩ ରେଳ ପ୍ରକଳ୍ପ ଶିଳାନ୍ୟାସ ପରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ ।
ରାଇରଙ୍ଗପୁର: ଆଜି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଶେଷ ଦିନ । ମୟୂରଭଞ୍ଜରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ସନ୍ଧ୍ୟାରେ ଦିଲ୍ଲୀ ଫେରିଯିବେ ମହାମହିମ । ଆଜି ବାଙ୍ଗିରିପୋଷିରେ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାନ କରିବାର କାର୍ଯ୍ୟକ୍ରମ ରହିଛି । ବାଙ୍ଗିରିପୋଷି – ଗୋରୁମହିଷାଣୀ, ବୁଢ଼ାମରା – ଚାକୁଳିଆ ଏବଂ ବାଦାମପାହାଡ – କେନ୍ଦୁଝର ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ରାଷ୍ଟ୍ରପତି। ଏଥି ସହିତ ଭିସି ଜରିଆରେ ରାଇରଙ୍ଗପୁର ଟ୍ରାଇବାଲ ରିସର୍ଚ୍ଚ ସେଣ୍ଟର, ଦାଣ୍ଡବୋଷ ଏୟାରପୋର୍ଟର ଉନ୍ନତି କରଣ ଓ ରାଇରଙ୍ଗପୁର ଡାକ୍ତରଖାନାକୁ ସୁପର ସ୍ପେଶାଲିଟି ହସ୍ପିଟାଲ ପାଇଁ ଶିଳାନ୍ୟାସ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ତିନୋଟି ରେଳ ପ୍ରକଳ୍ପ ଭିତ୍ତି ପ୍ରସ୍ତର :
- ବାଙ୍ଗିରିପୋଷି – ଗୋରୁମହିଷାଣୀ ରେଳ ପ୍ରକଳ୍ପ
- ବୁଢ଼ାମରା – ଚାକୁଳିଆ ରେଳ ପ୍ରକଳ୍ପ
- ବାଦାମପାହାଡ – କେନ୍ଦୁଝର ରେଳ ପ୍ରକଳ୍ପ
ଏହା ମଧ୍ୟ ପଢ଼ନ୍ତୁ-
‘ଉପରବେଡ଼ା ଗାଁ ନୁହେଁ, ମୋ ପରିବାର’; ଜନ୍ମମାଟିକୁ ଏଭଳି କହିଲେ ରାଷ୍ଟ୍ରପତି
ଜନ୍ମମାଟି ଯିବେ ରାଷ୍ଟ୍ରପତି: ସଜେଇ ହେଉଛି ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ
ଭିସି ଜରିଆରେ ଶିଳାନ୍ୟାସ
- ରାଇରଙ୍ଗପୁର ଟ୍ରାଇବାଲ ରିସର୍ଚ୍ଚ ସେଣ୍ଟର
- ଦାଣ୍ଡବୋଷ ଏୟାରପୋର୍ଟ ଉନ୍ନତି କରଣ
- ରାଇରଙ୍ଗପୁର ଡାକ୍ତରଖାନାକୁ ସୁପର ସ୍ପେସାଲିଟି ହସ୍ପିଟାଲ
ଏହା ମଧ୍ୟ ପଢନ୍ତୁ-ମହିଳା ମହାବିଦ୍ୟାଳୟରେ ଭାବ ବିନିମୟ କଲେ ମହାମହିମ, ଛାତ୍ରୀଙ୍କୁ ଦେଲେ ଉପଦେଶ
ଏହା ମଧ୍ୟ ପଢନ୍ତୁ-ଗୋଟିଏ କ୍ଲିକରେ ଜାଣନ୍ତୁ ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ, ଜନ୍ମମାଟି ଯିବେ ମହାମହିମ
ସୁରକ୍ଷା କଡାକଡି:
ବାଙ୍ଗିରିପୋଷିରେ ମହାମହିମଙ୍କ କାର୍ଯ୍ୟକ୍ରମକୁ ନେଇ ରେଳବାଇ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି । ମହାମହିମଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି 30 ପ୍ଲାଟୁନ୍ ଫୋର୍ସ ମୁତୟନ ହେବାର ସୂଚନା ଦେଇଛନ୍ତି ଅତିରିକ୍ତ ପୋଲିସ ମହା ନିର୍ଦ୍ଦେଶକ ରାଜେଶ କୁମାର । ଆଜି ୧୦ଟା ସମୟରେ ରାଷ୍ଟ୍ରପତି ରାଇରଙ୍ଗପୁର ସ୍ଥିତ ନିଜ ବାସଭବନରୁ ବାହାରି ଦାଣ୍ଡବୋଷ ସ୍ଥିତ ହେଲିପ୍ୟାଡରୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ବାଙ୍ଗିରିପୋଷି ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବେ । ପରେ କାର୍ଯ୍ୟକ୍ରମରେ ଯୋଗ ଦେବେ ।
ଗତକାଲିର କାର୍ଯ୍ୟକ୍ରମ:
୫ଦିନିଆ ଓଡ଼ିଶା ଗସ୍ତରେ ଆସି ଗତକାଲି ମୟୂରଭଞ୍ଜ ଆସିଥିଲେ ମହାମହିମ । ପ୍ରଥମ ଥର ପୈତୃକ ଗାଁ ଉପରବେଡା ଆସିଥିଲେ ଗାଁର ଝିଅ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେଠାରେ କିଛି ସମୟ ବିତାଇବା ରାଇରଙ୍ଗପୁର ଆସି ଏସଏଲଏସ ଟ୍ରଷ୍ଟ ବୋର୍ଡ ତରଫରୁ ଏକ ଆମ୍ବୁଲାନ୍ସ ରାଇରଙ୍ଗପୁର ଡାକ୍ତରଖାନାକୁ ପ୍ରଦାନ କରିଥିଲେ । ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟକୁ ଆସି ଅଧ୍ୟାପକ, ଅଧ୍ୟାପିକାଙ୍କ ସମେତ ଛାତ୍ରୀଙ୍କ ସହ କଥା ହୋଇଥିଲେ । ପରେ ପୂର୍ଣ୍ଣେଶ୍ବର ମହାଦେବ ମନ୍ଦିରରେ ବିଶ୍ବର କଲ୍ୟାଣ ନିମନ୍ତେ ଆୟୋଜିତ ମହାରୁଦ୍ର ହୋମ ଯଜ୍ଞ ରେ ଯୋଗ ଦେଇଥିଲେ ।
ରାଇରଙ୍ଗପୁର ରୁ ଉତ୍ତମ ରାମଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଆ ।