ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ନାବାର୍ଡ ଦ୍ବାରା ୧୦ଜଣ ମହିଳା ସମ୍ମାନିତ।


ସମ୍ବଲପୁର : ତା-୦୭/ ୦୩(ବିଏମସି ଟିଭି ଓଡିଆ)

ରାଷ୍ଟ୍ରୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ, ନାବାର୍ଡ ଦ୍ବାରା ଆୟୋଜିତ ଜିଲ୍ଲା ସ୍ତରୀୟ ମହିଳା ଦିବସ ଅବସରରେ କୁଚିଣ୍ଡା,ଆ.ଟି.ଡି.ଏ କନପ୍ରେନ୍ସ ହଲରେ କୁଚିଣ୍ଡା, ବାମରା, ଜମନକିରା, ରେଙ୍ଗାଲି ଏବଂ ମାନେଶ୍ବର ବ୍ଲକ ର ଦଶ ଜଣ ଉଦ୍ୟୋଗୀ ମହିଳାଙ୍କୁସମ୍ମାନିତ କରାଯାଇଅଛି । କୁଚିଣ୍ଡା ଆଟିଡିଏ ର ପ୍ରକଳ୍ପ ପ୍ରଶାସକ ହେମସାଗର ଭୋଇଙ୍କ ଦ୍ୱାରା  ଆୟୋଜିତ କାର୍ଯ୍ୟକ୍ରମରେ ଏଜିଏମ୍ (ନାବାର୍ଡ) ଧୀରେନ୍ଦ୍ର କୁମାର ଦାଶ, ଆଟିଡିଏ ର ପ୍ରକଳ୍ପ ମ୍ୟାନେଜର ସ୍ନେହପ୍ରଭା ସାହୁ, କୁଚିଣ୍ଡା କୋ-ଅପରେଟିଭ ବ୍ୟାଙ୍କ୍ ମ୍ୟାନେଜର ସବ୍‌ନମ୍ ପଟେଲ, କୁଚିଣ୍ଡା କୃଷି ବିଭାଗର ସହାୟକ କୃଷି ଅଧିକାରିଣୀ ସସ୍ମିତା କିରୋ

ଏବଂ ସାର୍କ ସମ୍ପାଦକ ଆଶୋକ କୁମାର ପାଣିଗ୍ରାହୀ ପ୍ରମୁଖ ମହିଳା ସଶକ୍ତିକରଣ, ରୋଜଗାରକ୍ଷମ ତଥା ମହିଳାମାନଙ୍କର ଅଧିକାର ଉପରେ ଆଲୋକପାତ କରିଥିଲେ। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ୱାଡି ପ୍ରକଳ୍ପର ସଫଳ ମହିଳା ଚାଷୀ ଏଞ୍ଜେଲା ଖେସ, କୃଷକ ଉତ୍ପାଦକ ସଂଗଠନର ସଫଳ ମହିଳା ଚାଷୀ ଏବଂ ଉଦ୍ୟୋଗି ହିସାବରେ ଲକ୍ଷ୍ୟହୀରା ସାହୁ, ସରୋଜିନି କାଲୋ, ରାଜେଶ୍ବରୀ ଦେଓ, ଆରତୀ ନାୟକ, ସୁଜାତା ଲାକ୍ରା, ସୁକୁତା ପଟେଲ, ରୂପଶ୍ରୀ କାଲୋ, ମମତା ପ୍ରଧାନ, ସସ୍ମିତା ରଣା, ରୁନୁସୟା ବେରିହାଙ୍କୁ ଉପଢୌକନ ଏବଂ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ସ୍ବେଚ୍ଛାସେବୀ ଅନୁଷ୍ଠାନ ସାର୍କ ସହଯୋଗରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପରମ ଜ୍ୟୋତି ବିଦ୍ୟା ନିକେତନ ଏୱାର୍ଡ ସହିତ ଛଅ ଟି କୃଷକ ଉତ୍ପାଦକ ସଂଗଠନର ମହିଳାମାନେ ଅଂଶ ଗ୍ରହଣ କରିଥିଲେ।


ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *