ପୋଡଘାଟା ଠାରେ ୧୦୮ କୁଣ୍ଡିୟ ଗାୟତ୍ରୀ ଯଜ୍ଞ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ମାଲକାନଗିରି ;ତା-୨୧/୧୨(ବିଏମସି ଟିଭି ଓଡ଼ିଆ)

ଖଇରପୁଟ ବ୍ଲକ ଅନ୍ତର୍ଗତ ପୋଡଘାଟା ଗ୍ରାମ ପଞ୍ଚାୟତ ର ଆଶ୍ରମ ବିଦ୍ୟାଳୟ ନିକଟରେ ଅଖିଳ ଭାରତ ଗାୟତ୍ରୀ ପରିବାର ତରଫରୁ, ୧୦୮ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞର ତ୍ୱରାନ୍ୱିତ ସମ୍ବନ୍ଧରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଗାୟତ୍ରୀ ପରିବାର କୋରାପୁଟ ସବଜୋନ୍ ର ସ°ଯୋଜକ ବାଲ୍ମିକୀ ପ୍ରଧାନ, ବରିଷ୍ଠ କାର୍ଯ୍ୟକର୍ତ୍ତା ଡଃ ରଜତ କୁମାର ଷଡଙ୍ଗୀ, ମାଲକାନଗିରି ଜିଲ୍ଲା ସ°ଯୋଜକ ସିତାରାମ ସ୍ୱାଇଁ, ଖଇରପୁଟ ଗାୟତ୍ରୀ ଶକ୍ତିପୀଠ ର ବ୍ୟବସ୍ଥାପକ ସତିଶ୍ ନାୟକ , ଖଇରପୁଟ ତହସିଲଦାର ପ୍ରମୋଦ କୁମାର ବେହେରା, ସମାଜସେବୀ ହୃଷୀକେଶ ସେଠୀ, ବାଳକୃଷ୍ଣ ପ୍ରଧାନ ଓ ଭଗବାନ ସାହୁ ଓ ହିମାଂଶୁ ଶେଖର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଆଗାମୀ କାର୍ଯ୍ୟକ୍ରମ ବାବଦେ ପୁ°ଖାନୁପୁଖ ଆଲୋଚନା କରିଥିଲେ । ଚଳିତ ଡିସେମ୍ବର ମାସ ୨୮ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଦିର୍ଘ ୪ ଦିନ ଧରି ଚାଲିବାକୁ ଥିବା ମହାଯଜ୍ଞ ରେ କଳସ ଶୋଭାଯାତ୍ରା,ଗୋ ଯଜ୍ଞ,ଘୃତ ଯଜ୍ଞ,ନାମ ଯଜ୍ଞ ଓ ଅନ୍ନ ଯଜ୍ଞ ଭଳି କାର୍ଯ୍ୟକ୍ରମ ମାନ ଆୟୋଜିତ ହେବାକୁଥିବା ବେଳେ ବର୍ତମାନ ଠାରୁ ଏହାର ପ୍ରଚାର ପ୍ରସାର ଓ ସୁ ବନ୍ଦୋବସ୍ତ ନିମନ୍ତେ ମୁଖ୍ୟ ଉଦ୍ୟୋକ୍ତା ସମସ୍ତଙ୍କୁ ଅନୁରୋଧ କରିଥିଲେ ।

ମାଲକାନଗିରି ରୁ ହିମାଂଶୁ ଶେଖର ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *