ବେଲଗୁଣ୍ଠା ; ତା-୧୯/୦୨(ବିଏମସି ଟିଭି ଓଡ଼ିଆ)
ବେଲଗୁଣ୍ଠା ସ୍ଥିତ ପଟେଲ୍ ରୋଡ଼୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୦୯ ତମ ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ଅଶୋକ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବୈତନିକ ବନ୍ୟ ପ୍ରାଣୀ ତତ୍ତ୍ୱାବଧାରକ ଶୂଳପାଣି ଶତପଥି ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା ଯୋଗ ଦେଇଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ମାମିନୀ ମହାପାତ୍ର, ଅନୁଷ୍ଠାନ ଉପଦେଷ୍ଟା ଭି ଦେବୀ ପ୍ରସାଦ ପାତ୍ର,କାଉନସିଲର୍ ପ୍ରତିନିଧି ଜିତେନ୍ଦ୍ର ସୁବୁଦ୍ଧି,ଗୋଷ୍ଠୀ ସହଯୋଗୀ ପ୍ରକାଶ ଚନ୍ଦ୍ର ଡାକୁଆ, ରୋଟାରୀ କ୍ଳବ୍

ଆସିଷ୍ଟାଣ୍ଟ ଗଭର୍ଣ୍ଣର ମଧୁସୂଦନ ମହାପାତ୍ର,ସିଆରସିସି ରମେଶ ପାଣିଗ୍ରାହୀ,ସଭାପତି ସତ୍ୟନାରାୟଣ ସାହୁ,ରୋଟାରୀଆନ୍ ସୁଧୀର ପାଣିଗ୍ରାହୀ, ଏମ୍.ଟି.ଏ ସଭାପତି ଜ୍ୟୋତି ପଣ୍ଡା ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ରୂପେ ଉପଖଣ୍ଡ ସୈନିକ ସଂଘର ସଭାପତି କ୍ୟାପଟେନ୍ ମହେନ୍ଦ୍ର କୁମାର ସ୍ୱାଇଁ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ ।ସିଏଚ୍ ଯତୀନ୍ କୁମାର ପାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମର ବିଚାରକ ରୂପେ ଯୋଗ ଦେଇଥିବା ବେଳେ ଶିକ୍ଷକ ଅଜିତ୍ କୁମାର ପଣ୍ଡା ମଞ୍ଚ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଦେବୀ ପ୍ରସାଦ ନାୟକ, ଶିକ୍ଷୟିତ୍ରୀ ଅଳକା ପ୍ରଧାନ, ଗାୟତ୍ରୀ ବେହେରା, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ପାଚିକା ପ୍ରତିମା ସାହୁ ଏବଂ ସୌଦାମିନୀ ମିଶ୍ରା ସହଯୋଗ କରିଥିଲେ ।

ବେଲଗୁଣ୍ଠା ରୁ ନାରାୟଣ ପଣ୍ଡା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।