ପଞ୍ଚାୟତ ସମିତିର ଦଶମ ସାଧାରଣ ଅଧିବେଶନ



ଦଶପଲ୍ଲା :-୦୫/୦୫ /୨୫ (ବିଏମସି ଟିଭି ଓଡ଼ିଆ)

ଦଶପଲ୍ଲା ବ୍ଲକ ପରିସରରେ ଥିବା ସଭା ଗୃହ ରେ ଆଜି ଦଶପଲ୍ଲା ପଂଚାୟତ ସମିତି ର ଦଶମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏହି ଅଧିବେଶନ ରେ କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି କିଶୋର ଚନ୍ଦ୍ର ଦଳବେହେରା,ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ବ୍ଲକ ଉପାଧ୍ୟକ୍ଷା ଅନୁପମା ବେହେରା,୧୧ ନଂ ଜିଲ୍ଲା ପରିଷଦ ବସନ୍ତ କୁମାର ପ୍ରଧାନ, ଦଶପଲ୍ଲା ବ୍ଲକ ବିଡ଼ିଓ ଭୁବନାନନ୍ଦ ପଟ୍ଟନାୟକ,ଏବିଡ଼ିଓ ସାରଦା ପ୍ରସାଦ ମହାନ୍ତି ଓ ଅନ୍ୟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ। ଏଥିରେ ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଥିଲା।ହେଲେ ଦଶପଲ୍ଲା ପଞ୍ଚାୟତ ସମିତି  ମାଳ ମାଳ ଦୁର୍ନୀତିର ଗନ୍ତାଘର ସାଜିଥିବା ବେଳେ କର୍ମଚାରୀ ବାବୁମାନେ ମାଲେମାଲ ହେଉଛନ୍ତି ବୋଲି ଜନସାଧାରଣ ରେ ଚର୍ଚ୍ଚା ହେଉଛି। କେନ୍ଦ୍ର ସରକାର ତଥା ରାଜ୍ୟ ସରକାର ସାଧାରଣ ଜନତା ଙ୍କ ପାଇଁ ଅନେକ ବହୁମୁଖୀ ଯୋଜନା ମାନ ପ୍ରଣୟନ କରିଛନ୍ତି।ସେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ହେଉ, ସ୍ୱଚ୍ଛତା ପକ୍ଷ ଯୋଜନା, ଆବାସ ଯୋଜନା, ମଧୁବାବୁ ଭତ୍ତା ଯୋଜନା, ମୋ ପୋଖରୀ ଯୋଜନା, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା, ମହିଳା ସଶକ୍ତି କରଣ ଯୋଜନା, ରାସନ ଯୋଜନା ଆଦି ଅନେକ ଲୋକଙ୍କ ସେବା ପାଇଁ ଉଦିଷ୍ଟ। ମାତ୍ର ଦଶପଲ୍ଲା ବ୍ଲକ ରେ ଅନେକ ବାସହରା ଲୋକ ଅଛନ୍ତି। ରାସ୍ତା କାମ ନିମ୍ନ ମାନର ହେବା ଫଳରେ ରାସ୍ତା ଶୀଘ୍ର ନଷ୍ଟ ହେବା, ଆବାସ ଯୋଜନା ପାଇଁ ଲୋକଙ୍କ ଠାରୁ ପି ସି ନେବା, ରାସନ ଚାଉଳ ହଡପ ହେବା, ମହିଳା ସଶକ୍ତି ନାଁ ରେ ଲୁଟ ହେବା, ସ୍ୱଛତା ଯୋଜନା ନାଁ ରେ ଠକେଇ ଆଦି ଲୁଟ ଚାଲିଅଛି। ମୁଖ୍ୟତଃ ବ୍ଲକ ରେ କାର୍ଯ୍ୟଧୀନ ଥିବା ବିଭିନ୍ନ ବିଭାଗ ରେ ଜେ ଇ ଓ କର୍ମଚାରୀ ବିଶେଷ ସମ୍ପୃକ୍ତଥିବା ଆଲୋଚନା ହେଉଛି। ଯଦି ଠିକ ଭାବେ କାର୍ଯ୍ୟ ଗୁଡିକର ତଦାରଖ କରାଯାଇ ବିଲ ହୁଅନ୍ତା ତେବେ ସରକାର ଙ୍କ ଯୋଜନା ଗୁଡିକ ର ସୁଫଳତା ଦେଖିବାକୁ ମିଳନ୍ତା। ତେବେ ଅଧିକ ଦିନ ଧରି କର୍ମଚାରୀ ଙ୍କ ବଦଳି ନ ହେବା ଦ୍ୱାରା ସେମାନଙ୍କର ମନମୁଖୀ କାର୍ଯ୍ୟ ବଳବତର ରହୁଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି।  ତେବେ ଏପଟେ ଦଶପଲ୍ଲା କୁ ବିଜେଡି ର ଗଡ଼ କୁହାଯାଉଥିବା ବେଳେ ତାହା ଏହି ବ୍ଲକ ଉପରେ ବଳବତ୍ତର ରହିଛି ବୋଲି ଆଲୋଚନା ହେଉଛି। ଜନସାଧାରଣ ଏଠି ଭକୁଆ ଭଳି ଚାହିଁ ରହିଛନ୍ତି। “ଚାହିଁଥାରେ ଜଳକା “ଉପାଖ୍ୟାନ ଟି ଦଶପଲ୍ଲା ପାଇଁ ପ୍ରଯୁଜ୍ୟ। ତେବେ ନୂତନ ଭାବେ ବିଜେପି ସରକାର ଆସିଥିଲେ ମଧ୍ୟ ଦଶପଲ୍ଲା ର ବିଜେପି ନେତୃତ୍ୱ ଆଜି ବିଜେଡ଼ି କବଳରେ ରହିଛି। ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ଠପ ହୋଇ ରହିଛି। ତେବେ ଏହି ଅଧିବେଶନ କୁ ସାମ୍ବାଦିକ ମାନଙ୍କୁ ଡକା ନ ଯିବା ତାହା ମଧ୍ୟ ସୂଚାଇ ଦେଉଛି ଯେ ଦୁର୍ନୀତି ନିଶ୍ଚୟ ଚାଲିଛି, କାଳେ ସବୁ କିଛି ଭିତିରି କଥାର  ପର୍ଦାଫାଶ ହୋଇଯିବ। ଦେଖାଯାଉ ନୂତନ ଭାବେ ବ୍ଲକ ଅଧିକାରୀ ଯୋଗ ଦେଇଥିବା ବେଳେ ସମସ୍ତ କାର୍ଯ୍ୟର ତଦାରଖ କରି ସମାଧାନ କରୁଛନ୍ତି ନା ଯେମିତି ଅଛି ସେମିତି ରହୁଛି  ତାହା ଦେଖିବାକୁ ବାକି ରହିଲା।



ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଆ।

Leave a Reply

Your email address will not be published. Required fields are marked *