୧୨୩ତମ “ମନ କି ବାତ” କାର୍ଯ୍ୟକ୍ରମ।

ଦଶପଲ୍ଲା ;ତା-୨୯/୦୬(ବିଏମସି ଟିଭି ଓଡ଼ିଆ)

ପୁରାତନ କାଳରେ ରେଡ଼ିଓ ଥିଲା ଜନସାଧାରଣ ଙ୍କ ପାଇଁ ଏକ ମାତ୍ର ମାଧ୍ୟମ ଯାହାକୁ ନେଇ ବିଭିନ୍ନ ଖବର, ମନୋରଞ୍ଜନ ଆଦି ପହଂଚି ପାରୁଥିଲା। କାଳକ୍ରମେ ଟିଭି, ମୋବାଇଲ, ଲାପଟୋପ, ଟାବଲେଟ ଆଦିର ଜନ୍ମ। ତେବେ ପୂର୍ବରୁ ସରକାର ଙ୍କ ତରଫରୁ ବିଭିନ୍ନ ଖବର ଏହି ରେଡ଼ିଓ ମାଧ୍ୟମରେ ଦିଆଯାଉଥିଲା। ଏ ପରିପ୍ରେକ୍ଷୀରେ ବର୍ତମାନ ଭାରତ ର ଯଶସ୍ବୀ ପ୍ରଧାନମନ୍ତ୍ରୀ ଲୋକଙ୍କ ନିକଟତର ହେବା ଓ ନିଜର ମନ ର କଥା, ଦେଶର ଖବର ଆଦି ସାଧାରଣ ଲୋକଙ୍କ ସହିତ ଆଦାନ ପ୍ରଦାନ ନିମିତ୍ତ ଏକ ରେଡ଼ିଓ ମିର୍ଚ୍ଚ ପ୍ରୋଗ୍ରାମ କୁ ଆପଣେଇ ଛନ୍ତି।ଯାହାକି ଏଲ ଇ ଡି ଟିଭି ମାଧ୍ୟମରେ ଶୁଣିହେବ ଓ ଦେଖିହେବ।ରବିବାର ଦିନ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ଦଶପଲ୍ଲା ଏନ ଏ ସି ରେ ଅବସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ୧୨୩ତମ “ମନ କି ବାତ “କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ ମୋଦିଜୀ ଙ୍କ ବାର୍ତ୍ତା କୁ ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି। ତେବେ ଏହି କାର୍ଯ୍ୟକ୍ରମ କୁ ଦଶପଲ୍ଲା ବିଜେପି ବରିଷ୍ଠ ନେତା ରାଘବ ମଲିକ ଓ ବିଜେପି କର୍ମୀ ସଂଯୋଜନା କରିଥିଲେ। ମନ କି ବାତ କାର୍ଯ୍ୟକ୍ରମ ରେ ବରିଷ୍ଠ ବିଜେପି କର୍ମୀ ଓ ଅନ୍ୟ ଜନସାଧାରଣ ଏନ ଏ ସୀ ମଣ୍ଡଳ କାର୍ଯ୍ୟାଳୟ ଠାରେ ଉପସ୍ଥିତ ରହି ଏଲିଡି ମାଧ୍ୟମରେ ବହୁମୁଖୀ କାର୍ଯ୍ୟ ଦେଖିବା ସହିତ ଶୁଣିଥିଲେ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *