କରଞ୍ଜିଆ ବନଖଣ୍ଡକୁ ପଶି ଆସିଲେ ୧୬ ହାତୀ।

ମୟୂରଭଞ୍ଜ ; ତା-୧୭/୦୧(ବିଏମସି ଟିଭି ଓଡ଼ିଆ)

କରଞ୍ଜିଆ ବନଖଣ୍ଡକୁ ପଶି ଆସିଛନ୍ତି ଷୋହଳ ହାତୀ । ଆଜି ସକାଳୁ ସକାଳୁ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବନlଞ୍ଚଳରୁ ବୈତରଣୀ ନଦୀ ପାରିହୋଇ କରଞ୍ଜିଆ ବନଖଣ୍ଡକୁ ପଶି ଆସିଛନ୍ତି ହାତୀ ପଲ । ତେବେ ଏହି ସତେଇସ୍ ଟିକିଆ ହାତୀ ପଲଙ୍କ ମଧ୍ୟରୁ ଷୋହଳ ହାତୀ ଚାଲି ଆସିଛନ୍ତି କରଞ୍ଜିଆ ବନଖଣ୍ଡକୁ ।ଏବେ ହାତୀପଲ ଘୋଷଦା ଜଙ୍ଗଲରେ ବିଶ୍ରାମ ନେଉଥିବା ଜଣାପଡିଛି । ଅନ୍ୟପଟେ ବର୍ତ୍ତମାନ ସମୟରେ ବିଲ ବାଡ଼ିରେ କିଛି ଫସଲ ନ ଥିବାରୁ ଖାଦ୍ୟ ଅନ୍ୱେଷଣରେ ଗାଁରେ ପଶି ଘର ଦ୍ବାର ଭାଙ୍ଗିବାର ସମ୍ଭାବନା ଅଧିକ ରହିଛି । ସେଥିପାଇଁ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭିତ ଅବସ୍ଥାରେ ଅଛନ୍ତି । ତେବେ ସ୍ଥାନୀୟ ବନବିଭାଗ ହାତୀପଲର ଗତିବିଧି ଉପରେ ନଜର ରଖିଥିବା ଜଣାପଡିଛି ।

ମୟୂରଭଞ୍ଜ ରୁ ଘାସିରାମ ବେହେରା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *