ବରପାଲିରେ ସ୍ବାମୀ ବିବେକାନନ୍ଦଙ୍କ ୧୬୩ ତମ ଜୟନ୍ତୀ ପାଳିତ।

ସମ୍ବଲପୁର ; ତା-୧୪/୦୧(ବିଏମସି ଟିଭି ଓଡ଼ିଆ)

ବରପାଲି ନିକଟସ୍ଥ କଦଳିପାଲି ବିବେକାନନ୍ଦ ପୀଠରେ ସ୍ବାମୀ ବିବେକାନନ୍ଦଙ୍କ ୧୬୩ତମ ଜୟନ୍ତୀ ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ପରମ ପୂଜ୍ୟ ଗୁରୁଜୀ ଆନନ୍ଦ ପଧାନ ଓ ଗୁରୁମା ଖୁଲଣା ପଧାନଙ୍କ ତତ୍ତ୍ଵାଵଧାନରେ ବିବେକାନନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ, ସାଧକ ସାଧିକାମାନଙ୍କ ଦ୍ଵାରା ଗୁରୁଜୀ ଓ ଗୁରୁମାଙ୍କ ପଦଧୌତ ଆଦି କାର୍ଯ୍ୟକ୍ରମ ଶ୍ରଦ୍ଧାର ସହ ପାଳିତ ହୋଇଥିଲା । ପ୍ରଥମେ ଯୋଗ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପ୍ରଶିକ୍ଷଣ ପ୍ରତିଷ୍ଠାନର ବିବରଣୀ ପାଠ ସାଧକ ଫକୀର ଭୁଏ ଉପସ୍ଥାପନ କରିଥିଲେ । ପରେ ଗୁରୁଜୀ ସ୍ଵାମୀଙ୍କ ବେଦାନ୍ତ ତତ୍ତ୍ଵର ପ୍ରଶିକ୍ଷଣ ଏବଂ ଲକ୍ଷ୍ୟ ସମ୍ବନ୍ଧରେ ଏକ ମାର୍ମିକ ଓ ଶିକ୍ଷଣୀୟ ଅଭିଭାଷଣ ପ୍ରଦାନ କରି ସମସ୍ତଙ୍କୁ ପ୍ରେରଣା ପ୍ରଦାନ କରିଥିଲେ । ପରେ ଗୁରୁମା ସ୍ବାମୀ ବିବେକାନନ୍ଦଙ୍କ ଅସାଧାରଣ ବ୍ୟକ୍ତିତ୍ବ ଓ ଗୁଣାବଳୀ ଗୁଡିକୁ ଅତ୍ୟନ୍ତ ରହସ୍ୟଜନକ ଭାବରେ ନିଜ ଅଭିଭାଷଣରେ ଅଭିବ୍ୟକ୍ତ କରିବା ସହ ସାଧକ ସାଧିକା ମାନଙ୍କ ଲକ୍ଷ୍ୟ ଏବଂ ଚିନ୍ତାଧାରାରେ ଶିକ୍ଷା ଓ ସାଧନାର

ଭୂମିକା ସମ୍ବନ୍ଧରେ  ଏକ ପ୍ରେରଣାଦାୟୀ ବିଜ୍ଞାନ ସମ୍ମତ ଅଭିଭାଷଣ ପ୍ରଦାନ କରିଥିଲେ ଆଚାର୍ଯ୍ୟ ଶେଷଦେଵ ବେହେରା । ସ୍ବାମୀଜୀଙ୍କ ଜୀଵନୀ ସମ୍ପର୍କରେ ସମ୍ୟକ ଅଭିଭାଷଣ ପ୍ରଦାନ କରିଥିଲେ ମହେନ୍ଦ୍ର ମହାରଣା । ମାନବ ଜୀବନର ଚରମ ବିକାଶ ରହସ୍ୟ ପ୍ରଦାନରେ ଯୋଗଦର୍ଶନର ଭୂମିକା ଉପରେ ଏକ ରହସ୍ୟପୂର୍ଣ୍ଣ ତଥା ଶିକ୍ଷଣୀୟ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ ସାଧକ ଭଗବାନ ଭୁଏ । ଜୀବନ ଭୋଗ ପାଇଁ ନୁହେଁ ସାଧନା ପାଇଁ, ନିଜ ପାଇଁ ନୁହେଁ ଜଗତ ପାଇଁ । ଏହାର ରହସ୍ୟ ପ୍ରଦାନ କରିଥିଲେ ବଳବନ୍ତ ଛତ୍ରୀଆ । ଏହି ଭବ୍ୟ ଉତ୍ସବରେ କୈଳାସ କର୍ଣ୍ଣ, ସରୋଜ ଖମାରି, ବାସନ୍ତୀ ସାହୁ, ମମତା ବିଶି, ବିଳାସିନୀ ସାହୁ ଓ ସୁନିତା ଚିନ୍ଦ୍ରାଙ୍କ ସଙ୍ଗୀତର ଭାବମୟ ପରିବେଶ ସୃଷ୍ଟିକରି ସମସ୍ତଙ୍କ ହୃଦୟକୁ ସ୍ପନ୍ଦିତ କରିଥିବା ବେଳେ ବାଦ୍ୟ ଯନ୍ତ୍ରରେ ସଞୟ ପଧାନ, ଅଶୋକ ପଧାନ, ସରୋଜ ଖମାରୀ, ନରେଶ ବେହେରା, ସୁନୀଲ ଓ ସାଥିଗଣ ସହଯୋଗ କରିଥିଲେ ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।

Leave a Reply

Your email address will not be published. Required fields are marked *