ସମ୍ବଲପୁର ;ତା-୧୦/୦୨(ବିଏମସି ଟିଭି ଓଡିଆ)
ବରପାଲି ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ର ୧୭୭୩ ମ୍ୟାଟ୍ରିକ ଵ୍ୟାଚ ଛାତ୍ରମାନଙ୍କ ଏକ ଗୁରୁ ପୂଜନ ଉତ୍ସବ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍କୁଲ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି।ପୁରାତନ ଛାତ୍ର ଦଧିବାମନ ଦାଶଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଚନ୍ଦ୍ରମଣି ଦାଶ ସଂଯୋଜନା କରିଥିଲେ। ତାଙ୍କ ସମୟର ଗୁରୁ ଗୋବିନ୍ଦ ଦାଶ, ବାସୁଦେବ ପତି ପ୍ରମୁଖ ପୂର୍ବତନ ଶିକ୍ଷକ ଉପସ୍ଥିତ ଥିଲେ। ଗୁରୁମାନଙ୍କ ପଦ ଧୌତ ସହ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ଉଭୟ ଶିକ୍ଷକ ଓ ଛାତ୍ରମାନେ ନିଜ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ । ଶେଷରେ ରବୀନ୍ଦ୍ର କୁମାର ଗଡତିୟା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସମସ୍ତ ଛାତ୍ର ଆୟୋଜନରେ ସକ୍ରିୟ ସହଯୋଗ କରିଥିଲେ। ଏହି କାର୍ଯକ୍ରମ ରେ ବହୁ ଦୂର ଦୁରାନ୍ତ ର ପୁରାତନ ଛାତ୍ର ଆସି ଯୋଗଦାନ କରିଥିଲେ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।