ବିଶ୍ଵ ରକ୍ତଦାନ ଦିବସ ଅବସରରେ ରକ୍ତଦାନ କଲେ ୨୫ ଜଣ ସ୍ଵେଚ୍ଛାସେବୀ



ସମ୍ବଲପୁର:ତା.୧୪/୦୬(ବିଏମସିଟିଭି ଓଡିଆ)



ବିଶ୍ଵ ରକ୍ତଦାନ ଦିବସ ପାଳନ ଅବସରରେ ଆଜି କୁଚିଣ୍ଡା ହସ୍ପିଟାଲ ପରିସରରେ ୨୫ ଜଣ ସ୍ୱେଚ୍ଛାସେବୀ ରକ୍ତଦାନ କରି ଦିବସଟିକୁ ପାଳନ କରାଯାଇଛି। ଏହି ଅବସରରେ  ଗଡସ୍ ପାୱାର ଓ ବ୍ଲେଶିଙ୍ଗ୍‌ସ ମିନିଷ୍ଟ୍ରିର ସଭାପତି ପ୍ରମୋଦ ରୋହିଦାଶଙ୍କ ପୋରାହିତ୍ୟ ଓ ଉପଦେଷ୍ଟା ବିମଳ ମେହେରଙ୍କ ପରିଚାଳନାରେ ଆୟୋଜିତ ରକ୍ତଦାନ ଶିବିରକୁ ଉପଜିଲ୍ଲାପାଳ ଡ଼ ଗୌରବମୟ ପଧାନ ମୁଖ୍ୟ ଅତିଥି, ଏସଡିଏମଓ ଡ଼ ସୁବୋଧ ନାୟକ, ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ଓ ଅବସର ପ୍ରାପ୍ତ କଲେଜ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଫିତା  କାଟି ଉଦ୍‌ଘାଟନ କରିଥିଲେ ।ଏହାପରେ ଆୟୋଜିତ ସଂକ୍ଷିପ୍ତ ସଭାରେ ଅତିଥି ଗଣ ରକ୍ତଦାନ ଦିବସର ମାହାତ୍ମ୍ୟ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ରକ୍ତଦାତାଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ପ୍ରମୋଦ କୁମାର ପଟେଲଙ୍କ ସହ ଟେକ୍ନିସିଆନମାନେ  ରକ୍ତ ସଂଗ୍ରହ କରିଥିଲେ । କୁଚିଣ୍ଡାର ବରିଷ୍ଠ ସାମ୍ବାଦିକ ସଞ୍ଜୟ ମିଶ୍ର ଓ ଗଜେନ୍ଦ୍ର ଭୋଇ ମଧ୍ୟ ଅତିଥି ଭାବରେ ଯୋଗଦେଇ ଶିବିରାର୍ଥିମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରରେ ପ୍ରତିମା ଘାସି, ଯଶୋଦା ବାଗ, ଅରବିନ୍ଦ ମାଝୀ, ଲିଳିମା ମୁଣ୍ଡା, ପୁନିଆଁ ଟପୋ, ଧନେଶ୍ଵର ନାୟକ, ବାସନ୍ତୀ ମୁଣ୍ଡା, ତ୍ରିପୁରା ସାମନ୍ତ, ଦଶରଥ ପୂର୍ତ୍ତି, ସୁକାନ୍ତି ମୁଣ୍ଡା, ସୁରେଶ ରୋହିଦାସ, ବିଜୟ କୁସୁମ, ସଂକେତ ପଧାନ, ସୁଚିତ୍ରା ବୁଡୁଲା, ସମିତ ମିଞ୍ଜ, ବଜରଙ୍ଗ ନାୟକ, ପ୍ରଦୀପ ବାଗ, ପ୍ରତାପ ବୁଦୂଳ, ଅରୁଣ ମୁଣ୍ଡା, ଘନଶ୍ୟାମ ମଗର ପ୍ରମୁଖ ରକ୍ତଦାନ କରିଥିଲେ ।କାର୍ଯ୍ୟକ୍ରମକୁ ମାନସୀ ସିନ୍ଦିରିଆ, ରମେଶ ମେହେର, କୁମୁଦବନ୍ଧୁ ବାଘ, ଦିବ୍ୟଜ୍ୟୋତି ମେହେର, ଅଞ୍ଜନା ରୋହିଦାସ ପ୍ରମୁଖ ପରିଚାଳନା କରିଥିଲେ।



ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଆ।

Leave a Reply

Your email address will not be published. Required fields are marked *