ମାଲକାନଗିରି ;ତା-୦୪/୦୪(ବିଏମସି ଟିଭି ଓଡ଼ିଆ)
କୁଡୁମୁଲୁଗୁମ୍ମା ଡିଏଭି ଗୁରୁକୁଲର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ।ଯୋଗଦେଲେ ସ୍ଥାନୀୟ ତହସିଲଦାର
ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ଡିଏଭି ଗୁରୁକୁଲର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ କୁଡୁମୁଲୁଗୁମ୍ମା ତହସିଲଦାର କୃଷ୍ଣ ଚନ୍ଦ୍ର ଦାସ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ କୁଡୁମୁଲୁଗୁମ୍ମା ଡାରଉଇନ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବେ କୁଡୁମୁଲୁଗୁମ୍ମା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ଗଣ୍ଡ, ଗୁରୁକୁଲର ସଭାପତି ଚିତ୍ତ ରଞ୍ଜନ ମିଶ୍ର, ସମ୍ପାଦକ ସୁଶାନ୍ତ କୁମାର ରଥ, ହିମାଂଶୁ ଶେଖର ସ୍ୱାଇଁ ପ୍ରମୁଖ ମଞ୍ଚରେ ମଞ୍ଚାସିନ ଥିଲେ। ଅତିଥି ମାନେ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଅତିଥି ମାନଙ୍କ ଦ୍ୱାରା କୁନି କୁନି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପ୍ରିନ୍ସପାଲ, ଷ୍ଟାଫ ଓ ଛାତ୍ରଛାତ୍ରୀ ମାନେ ସମ୍ପୂର୍ଣ ସହଯୋଗ କରିଥିଲେ।
ମାଲକାନଗିରି ରୁ ହିମାଂଶୁ ଶେଖର ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।