ରାସବେଡ଼ା ଆଶ୍ରମ ବିଦ୍ୟାଳୟରେ ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ।

ମାଲକାନଗିରି ; ତା-୧୨/୦୨(ବିଏମସି ଟିଭି ଓଡ଼ିଆ)

ଖଇରପୁଟ ବ୍ଲକ ଅନ୍ତର୍ଗତ ରାସବେଡା ଆଶ୍ରମ ବିଦ୍ୟାଳୟ ପରିସରରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଆନୁକୁଲ୍ୟରେ ତୃତୀୟ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସଭାପତିତ୍ବ ଖଇରପୁଟ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସନ୍ତୋଷ କୁମାର ପଣ୍ଡା କରିଥିଲେ ଓ ଏଥିରେ ମୁଖ୍ୟ ଅତିଥି ଭାବେ ଖଇରପୁଟ ବ୍ଲକ ର ଅଧ୍ୟକ୍ଷ ବିଘ୍ନ କିର୍ଷାନୀ ଯୋଗ ଦେଇଥିଲେ ମୁଖ୍ୟ ବକ୍ତା ଭାବେ ଚିତ୍ରକୋଣ୍ଡା ପୂର୍ବତନ ବିଧାୟକ ଡମ୍ବରୁ ଶିଶା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଖଇରପୁଟ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଶିବାନୀ ମୁଦୁଲି, ବୀରେନ୍ଦ୍ର ପ୍ରଧାନ ଓ ଧନେଶ୍ୱର ନାୟକ, ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ଜିତେନ୍ଦ୍ର କୁମାର ପଣ୍ଡା,ଖଇରପୁଟ ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଘୁନାଥ ନାୟକ, ସିଆରସିସି ରଞ୍ଜିତ କୁମାର ଦାସ, ନଦିନୀଗୁଡ଼ା ଆଶ୍ରମ ବିଦ୍ୟାଳୟର ପ୍ରଧାଶିକ୍ଷକ ଟି ଇଶ୍ୱର ରାଓ, କଦମଗୁଡ଼ା ଆଶ୍ରମ ବିଦ୍ୟାଳୟର ପ୍ରଧାଶିକ୍ଷକ ସୁରଜ ଚନ୍ଦ୍ର କେଶରୀ, ମୁଦୁଲିପଡ଼ା ଏସ ଏସ ଡ଼ି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ୱାଗା ମାଢ଼ି,ସିନ୍ଧିଗୁଡ଼ା ଆଶ୍ରମ ବିଦ୍ୟାଳୟର ପ୍ରଧାଶିକ୍ଷକ ଶ୍ରୀକାନ୍ତ ବେହେରା,ବିଦ୍ୟାଳୟ ପରିଚାଳନା ସଭାପତି ଘାସିରାମ କିର୍ଷାନି, ସମାଜସେବୀ ଗୋଦ୍ରା ବଡ଼ନାୟକ, କାର୍ଯ୍ୟକ୍ରମର ଆବାହକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଅଭୟ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରଥମେ ସମସ୍ତ ଅତିଥି ମାନେ ଜଗତର ନାଥ ଜଗନ୍ନାଥଙ୍କ ତୈଳ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ସହ ପୂଜାର୍ଚ୍ଚନା କରିଥିଲେ ଓ ଛାତ୍ରଛାତ୍ରୀ ମାନେ ସମବେତ କଣ୍ଠରେ ସଙ୍ଗୀତ ଗାନ କରି ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପ୍ରଧାନଶିକ୍ଷକ ଶ୍ରୀ ମହାନ୍ତି ବିଦ୍ୟାଳୟର ବିଭିନ୍ନ ଉପଲବ୍ଧି ଓ ସମସ୍ୟା ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ କିର୍ଷାନୀ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଧେଶ୍ୟରେ କହିଥିଲେ ଯେ ପ୍ରତ୍ୟେକ ପିଲାମାନେ ଆମ ଦେଶ ଭାରତମାତାକୁ ସମ୍ମାନ ଦେବା ସହ ନିଜକୁ ଏହାର ସେବାରେ ସମର୍ପଣ କରିବାକୁ ଆହ୍ଵାନ ଦେଇଥିଲେ । ଏହାପରେ ସମସ୍ତ ଅତିଥି ମାନେ ବିଦ୍ୟାଳୟର ବିଭିନ୍ନ କୃତି ପ୍ରତିଭା ମାନଙ୍କୁ ପୁରସ୍କୃତ କରିଥିଲେ ଓ ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଭିନ୍ନ ସା°ସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରିଥିଲେ ଯାହାକୁ ସମସ୍ତେ ଉତ୍ସୁକତାର ସହ ଉପଭୋଗ କରିଥିଲେ । କାର୍ଯ୍ୟକ୍ରମର ସଫଳତା ନିମନ୍ତେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲା।

ମାଲକାନଗିରି ରୁ ହିମାଂଶୁ ଶେଖର ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *