ପୋଡ଼ାଘାଟ ଆଶ୍ରମ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ।

ମାଲକାନଗିରି ;ତା-୦୭/୦୩(ବିଏମସି ଟିଭି ଓଡ଼ିଆ)

ଖଇରପୁଟ ବ୍ଲକ ଅନ୍ତର୍ଗତ ପୋଡ଼ାଘାଟ ଆଶ୍ରମ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଷାନି ଯୋଗଦେଇଥିବା ବେଳେ ଖଇରପୁଟ ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ

ସନ୍ତୋଷ କୁମାର ପଣ୍ଡା,ଖଇରପୁଟ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ବୀରେନ୍ଦ୍ର ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମୁକୁନ୍ଦ ମାଝୀ,ରଘୁନାଥ ନାୟକ, ସୁକାନ୍ତ ବେହେରା,ସୁରେଶ ଚନ୍ଦ୍ର କେଶରୀ, ଅଭୟ କୁମାର ମହାନ୍ତି, ସମାଜସେବୀ ପିତାମ୍ବର ଗୁରୁତେଲି, ହାତୀରମ ଗଡ଼ଅଙ୍ଗୀ, ଆବାହକ

ବିଦ୍ୟାଳୟର ପ୍ରଧାନଶିକ୍ଷକ ଶରତ କୁମାର ବ୍ରମ୍ହା ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟ ତରଫରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଏକସହ ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।

ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଭୁଦତ୍ତ ତ୍ରିପାଠୀ ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

ମାଲକାନଗିରି ରୁ ହିମାଂଶୁ ଶେଖର ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *