ମୟୂରଭଞ୍ଜ ; ତା-୧୩/୦୨(ବିଏମସି ଟିଭି ଓଡ଼ିଆ)
ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ବିଜାତଳା ବ୍ଲକ ମୁଣ୍ଡାଠାକୁରା ଗ୍ରାମପଞ୍ଚାୟତ ନିକଟସ୍ତ ଦାମୁଡିଗୋଡା ଗାଁ ଠାରେ ଥିବା ଜେଏସଏସ କ୍ଲବ ଆନୁକୂଲ୍ଯରେ ୪୪ତମ ବାର୍ଷିକ କ୍ରୀଡା ଓ ନୃତ୍ଯ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ଏଥିରେ କ୍ରୀଡା ମଧ୍ଯରେ ଶିଶୁ ବାଳକମାନଙ୍କର ୨୦୦ ମିଟର ଦୌଡ, ୮୦୦ ମିଟର ଦୌଡ, ଶିଶୁ ବାଳିକବାଳିକାମାନଙ୍କର ଅଙ୍କକଷା, ବାଳିକାମାନଙ୍କର ୪୦୦ ମିଟର ଦୌଡ, ରେକର୍ଡ ଡ୍ଯାନ୍ସ, ମ୍ଯୁଜିକ ଚେୟାର ବୃଦ୍ଧମାନଙ୍କର ୨୦୦ ମିଟର ଦୌଡ, ବିବାହିତା ମହିଳାମାନଙ୍କର ୨୦୦ ମିଟର ଦୌଡ ଓ ବୟସ୍କମାନଙ୍କର ୧୫୦୦ ମିଟର ଦୌଡ ପ୍ରତିଯୋଗିତା ହୋଇଥିଲା ବେଳେ ନୃତ୍ଯରେ ଡାଣ୍ଠାନାଚ ଓ ଡ୍ରାମାନାଚ ପ୍ରତିଯୋଗିତା ହୋଇଥିଲା ।

ଏଥିରେ ସମ୍ମାନିତ ଅତିଥି ଭାବେ ମୁଣ୍ଡାଠାକୁରା ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ କୁନୀ ହାଁସଦା, ବିଜାତଳା ବ୍ଲକ ପୂର୍ବତନ ଅଧ୍ଯକ୍ଷ ମାଝିଆରାମ ଟୁଡୁ, କେସିଡିକେ କଲେଜ ଅଧ୍ଯକ୍ଷ ଘନଶ୍ବାମ ହାତୀ, ପାଣି ପଞ୍ଚାୟତ ସଭାପତି ରଜନୀ ବିନ୍ଧାଣୀ ଓ ମୁଣ୍ତାଠାକୁରା ଗ୍ରାମପଞ୍ଚାୟତ ନାଏବ ସରପଞ୍ଚ ବିଶ୍ବଜିତ ସୋରେନ ପ୍ରମୁଖ ଯୋଗ ଦେଇ କ୍ରୀଡା ଓ ନୃତ୍ଯରେ କୃତୀ ପ୍ରତିଯୋଗୀମାନଙ୍କୁ ଆକର୍ଷଣୀୟ ପୁରସ୍କାର ଦେଇ ପୁରସ୍କୃତ କରିଥିଲେ ।

ଏହି ପାରମ୍ପରିକ ଗତାନୁଗତିକ ପ୍ରତିଯୋଗିତାରେ ଜେଏସଏସ କ୍ଲବ ର ସଭାପତି ରଂଜନ କୁମାର ମହାନ୍ତ, ସମ୍ପାଦକ ଜୁଝାର ବାସ୍କେ, ଉପସଭାପତି ସୁନ୍ଦର ମୋହନ ମାର୍ଣ୍ଡି, ସହସମ୍ପାଦକ କମଳଲୋଚନ ମହାନ୍ତ, କୋଷାଧକ୍ଷ ମଙ୍ଗଳ ସୋରେନ ଓ ଧନୀ କିସ୍କୁ ତଥା କାର୍ଯ୍ଯକାରୀ ସଦସ୍ଯଗଣ ଧାନ ହେମ୍ବ୍ରମ, ରାଜେନ ସୋରେନ, ଶଙ୍କର ଟୁଡୁ, ଛୋଟରାୟ ହେମ୍ବ୍ରମ ଓ ଟୁକୁନା ମହାନ୍ତ ପ୍ରମୁଖ ପରିଚାଳନାରେ ସାହାଯ୍ଯ ଓ ସହଯୋଗ କରିଥିଲେ । ଏହାକୁ ଦେଖିବାପାଇଁ ସ୍ଥାନୀୟ ତଥା ଦୂରଦୁରାନ୍ତରରୁ ଲୋକମାନଙ୍କର ନାହିଁ ନ ଥିବା ଭିଡ ଦେଖାଯାଇଥିଲା ।

ରାଇରଙ୍ଗପୁର ରୁ ଉତ୍ତମ ରାମଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।