ଢେଙ୍କାନାଳ ; ତା-୧୮/୦୧(ବିଏମସି ଟିଭି ଓଡ଼ିଆ)
ଶନିବାର ଦିନ ଢେଙ୍କାନାଳ ଜିଲ୍ଲା ମହୁଲପଡା ସ୍ଥିତ ଵିଶ୍ଵ କୁନ୍ତଳ ଶିଶୁ ସଦନ ପରିସର ରେ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ(ଜନ ମଙ୍ଗଳ) ରାସୋଳ ର ଉପଦେଷ୍ଟା ଡାକ୍ତର ଦୟାନିଧି ପୃଷ୍ଟି ଓ ଆଜୀବନ ସେଵିକା ଭଉଣୀ ଶ୍ରୀମତି ଶୁଭଶ୍ରୀ ସାହୁ ଙ୍କର କୂଳନନ୍ଦନ ଶ୍ରୀମାନ ଶୁଭ ସଙ୍କଳ୍ପ ପୃଷ୍ଟି (ଦିୟାନ)ଙ୍କର ଚତୁର୍ଥ ଜନ୍ମ ବାର୍ଷିକ ଉତ୍ସବ ବହୁ ଆଡମ୍ବର ରେ ଶିଶୁ ସଦନ ଅନ୍ତେଵାସୀ ମାନଙ୍କ ଗହଣ ରେ ହର୍ଷୋଲ୍ଲାସ ରେ ଜନ ମଙ୍ଗଳ(ରାସୋଳ) ସଂଗଠନ ର ପ୍ରତିଷ୍ଠାତା ବିଭୁ ଶତପଥୀ ଙ୍କର ସଂଯୋଜନା ରେ ପାଳିତ ହୋଇ ଯାଇଛି। ଶିଶୁ ସଦନ ର କୁନି କୁନି କଳାକାର ମାନଙ୍କ ଦ୍ଵାରା ମହାପ୍ରଭୁ ଜଗନ୍ନାଥ ଙ୍କ ଭଜନ ଦ୍ୱାରା ପରିବେଶ କୁ ଭକ୍ତିମୟ କରିଥିଲେ।ମହା ମୃତ୍ୟୁଞ୍ଜୟ ମନ୍ତ୍ର ଏବଂ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ ପୂର୍ବକ ଶିଶୁ ସଦନ ର ମୁଖ୍ୟ ପୁଷ୍ପାଞ୍ଜଳି ଜେନା ଶିଶୁ ଦିୟାନ ର ଧୀଶକ୍ତି ତଥା ଆୟୁଷ ବୃଦ୍ଧି ପାଇଁ ଆଶୀର୍ବାଦ କରି ଦ୍ବୀପ ପ୍ରଜ୍ଵଳନ କରିବା ପରେ କର୍ମଚାରୀ,ଅନ୍ତେବାସୀ ତଥା ଜନ ମଙ୍ଗଳ(ରାସୋଳ)ସଂଗଠନ ର ଉପଦେଷ୍ଟା,ପ୍ରତିଷ୍ଠାତା,ସଂପାଦକ,ସଂଯୋଜକ, ଆଜୀବନ ସେବକ,ସେଵିକା ଭାଇ ଭଉଣୀ ମାନଙ୍କର ଉପସ୍ଥିତ ରେ ଜନ୍ମବାର୍ଷିକୀ ଉପଲକ୍ଷେ କେକ୍ କଟାଯାଇ ଥିଲା।ସଂଗଠନ ତରଫ ରୁ ଦଶ ଜଣ ପ୍ରାପ୍ତ ବୟସ୍କ ଝିଅ ମାନଙ୍କ ପାଇଁ ପରିମଳ ବ୍ୟାଗ୍ ଓ ପେନ୍,ବ୍ୟବହାର ଯୋଗ୍ୟ ବସ୍ତ୍ର ପ୍ରଦାନ କରାଯିବା ସହିତ ଉପଦେଷ୍ଟା ପୃଷ୍ଟି ପରିବାର ଙ୍କ ତରଫ ରୁ ପ୍ରାତଃ ଭୋଜନ ରେ ବେସନ

ପକୋଡି,ମଧ୍ୟାହ୍ନ ଭୋଜନ ରେ ଭେଜ୍ ବିରିଆନି ଓ ପୁଅ ଓ ଝିଅ ପିଲା ମାନଙ୍କ ପାଇଁ ବିଭିନ୍ନ ପ୍ରସାଧନ ସାମଗ୍ରୀ ର ବ୍ୟବସ୍ଥା କରାଯାଇଥିଲା। ମଧ୍ୟାହ୍ନ ଭୋଜନ ପରେ ଶିଶୁ ସଦନ ର କୁନି କୁନି କଳାକାର ମାନେ ଶ୍ରୀ ଜଗନ୍ନାଥଙ୍କ ଭଜନ ତଥା ନୃତ୍ୟ ପରିବେଷଣ କରି ପରିବେଶ କୁ ଆମୋଦପ୍ରଦ କରିବା ସହିତ ପରିଶେଷରେ ଶିଶୁ ସଦନ ର ଝିଅ ମାନଙ୍କୁ ନେଇ ମ୍ୟୁଜିକ ଚେୟାର ଖେଳ ରେ ପ୍ରଥମ,ଦ୍ଵିତୀୟ,ତୃତୀୟ ସ୍ଥାନ ଅଧିକାର କରିଥିବା ଝିଅ ମାନଙ୍କୁ ଏବଂ ସଂଗୀତ ଓ ନୃତ୍ୟ ରେ କେବଳ ପ୍ରଥମ ସ୍ଥାନ ଅଧିକାର କରିଥିବା ଦୁଇ ଶିଶୁ କଳାକାରଙ୍କୁ ସଂଗଠନ ତରଫରୁ ପ୍ରତୈକ ଙ୍କୁ ୨୦୦ଟଙ୍କା ଅଶେଷ ଧନ୍ୟବାଦ ପୂର୍ବକ ପୁରସ୍କୃତ କରାଯାଇଛି।ପରିଶେଷରେ ସାମୁହିକ ଫଟୋ ଉତ୍ତୋଳନ ଏବଂ ନୃତ୍ୟ ରେ ସମସ୍ତେ ଭାଗ ନେଇ ଅତି ହର୍ଷୋଲ୍ଲାସ ରେ କାର୍ଯ୍ୟକ୍ରମକୁ ସଫଳତାର ସହ ସମ୍ପାଦିତ କରିଥିଲେ। ଜନ ମଙ୍ଗଳ (ରାସୋଳ)ସଂଗଠନ ତରଫରୁ ପୃଷ୍ଟି ଦମ୍ପତି ଙ୍କର ଏତାଦୃଶ ନିଆରା ପ୍ରୟାସ କୁ ସ୍ଵାଗତ କରିବା ସହ ଭୂୟସୀ ପ୍ରଶଂସା ତଥା ସହଯୋଗ ପ୍ରଦାନ କରାଯିବା ସହିତ ପୁତ୍ର ଦିଆନ ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ପୂର୍ବକ ଆଶୀର୍ବାଦ ପ୍ରଦାନ କରାଯାଇଛି।ବାସ୍ତବ ରେ ସମସ୍ତ ଙ୍କ ମୁହଁ ରେ ହସ ଫୁଟାଇଵାର ଏକ ନିଆରା ପ୍ରୟାସ ଆଜି ର ଜନ୍ମୋତ୍ସବ ଏକ ସ୍ବତନ୍ତ୍ର ଅନୁଭବ ପ୍ରଦାନ କରିଥିଲା ଵୋଲି ସଂଗଠନ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଵିଭୁ ଶତପଥୀ ମତବ୍ୟକ୍ତ କରିଥିବା ଵେଳେ ସର୍ବ ସାଧାରଣ ସ୍ତର ରେ ଶିଶୁ ସଦନ ଅନ୍ତେବାସୀ ମାନଙ୍କ ପାଇଁ ନିଜସ୍ବ ପ୍ରଚେଷ୍ଟାରେ ପ୍ରତି ଟି ମୁହଁ ରେ ହସ ଫୁଟେଇ ବାର ଅନୁରୋଧ ରଖିଥିଲେ।

ଢେଙ୍କାନାଳ ରୁ ବିଭୁ ପ୍ରସାଦ ଶତପଥୀ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।