ଢେଙ୍କାନାଳ ;ତା-୧୮/୧୨(ବିଏମସି ଟିଭି ଓଡ଼ିଆ)
ମଙ୍ଗଳବାର ସଂନ୍ଧ୍ୟା ସାଢେ ଆଠଘଟିକା ସମୟ ରେ ଢେଙ୍କାନାଳ ଜିଲ୍ଲା,ହିନ୍ଦୋଳ ବ୍ଲକ,ବଙ୍ଗୁ ଗ୍ରାମ ରେ ଜନୈକ ବୃଦ୍ଧ ବ୍ୟକ୍ତି ନାମ ଶିଖର ସାହୁ(୭୫) ଘର ବାହାରକୁ ପରିସ୍ରା ପାଇଁ ଯାଇ ଥିବା ବେଳେ ହଠାତ୍ ଏକ ଜଙ୍ଗଲୀ ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଛନ୍ତି। ହିନ୍ଦୋଳ ବନାଞ୍ଚଳ ଅଧିକାରୀ ଓ ତାଙ୍କ ଟିମ୍ ବଙ୍ଗୁ ଗ୍ରାମ ରେ ପହଞ୍ଚିବା ପରେ ପରିବାର ବର୍ଗ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଉତ୍କ୍ଷିପ୍ତ ଗ୍ରାମବାସୀ ଜଙ୍ଗଲ ବିଭାଗୀୟ ଯାନ କୁ ଅଟକ ରଖିଵା ସହିତ ଉପସ୍ଥିତ ବିଭାଗୀୟ କର୍ମଚାରୀମାନଙ୍କ ଠାରୁ ଏହାର ନିରାକରଣ ତଥା ପ୍ରତ୍ୟହ ଜଗୁଆଳି ବ୍ୟବସ୍ଥା ର ନିର୍ଭର ପ୍ରତିଶ୍ରୁତି ପାଇବା ପରେ ଆଗେଇବା ପରିବାର(ଢେଙ୍କାନାଳ) ପ୍ରଦତ୍ତ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ"ଜନ ମଙ୍ଗଳ" ରାସୋଳ ସଂଗଠନ ଦାୟିତ୍ୱ ରେ ଥିବା ସଂଗ୍ରାମୀ ସାରଙ୍ଗ ଧର ଓମ୍ ଶାନ୍ତି ପରିବହନ ସେବା (ଶାନ୍ତି ଧାମ)ଯାନ ରେ ଦେୟ ଯୁକ୍ତ ସେବା ପ୍ରଦାନ ପୂର୍ବକ ମୃତକଙ୍କ ଶଵ ବ୍ୟବଛେଦ ପାଇଁ ହିନ୍ଦୋଳ ଉପଖଣ୍ଡସ୍ତରୀୟ ମୂଖ୍ୟ ଚିକିତ୍ସାଳୟ କୁ ମଧ୍ୟରାତ୍ରରେ ସ୍ଥାନାନ୍ତର କରାଯାଇ ଅଛି।
ଆଜି ସକାଳ ୧୦ ଘଟିକା ସମୟ ରେ ଶଵ ଵ୍ୟଵଛେଦ ପରେ ମୃତକ ଙ୍କୂ ପୁନଃ ଶେଷକୃତ୍ୟ ନିମିତ୍ତ ତଥା ବନ୍ଧୁ ପରିଜନ ଙ୍କର ଶେଷ ଦର୍ଶନ ପାଇଁ ବଙ୍ଗୁ ସ୍ଥିତ ଵାସ ଭବନ କୁ ସ୍ଥାନାନ୍ତର କରାଯିବ। ସରକାର ଙ୍କ ତରଫରୁ କ୍ଷତିପୂରଣ ବାବଦକୁ ଅଗ୍ରୀମ ୬୦ହଜାର ଟଙ୍କା ପ୍ରଦାନ କରାଯିବ ଏବଂ ପରେ ୫ଲକ୍ଷ ୪୦ହଜାର ଆର୍ଥିକ ସହାୟତା ରାଶି ମୃତକଙ୍କ ପତ୍ନୀ ଗୁରୁଵାରୀ ସାହୁ ଙ୍କୁ ପ୍ରଦାନ କରାଯିବ ବୋଲିି ହିନ୍ଦୋଳ ବନାଞ୍ଚଳ ଅଧିକାରୀ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି।
ପ୍ରକାଶ ଥାଉ କି ହିନ୍ଦୋଳ ଏକ ହାତୀ ପ୍ରବଣ ଅଞ୍ଚଳ ହୋଇଥିବା ବେଳେ ବର୍ତମାନ ହିନ୍ଦୋଳ ବନାଞ୍ଚଳ ରେ ୨୬୫ ଟି ହାତୀ ବିଭିନ୍ନ ସମୟ ରେ ଖାଦ୍ୟ ଅନ୍ୱେଷଣରେ ଗ୍ରାମାଭିମୂଖୀ ହେଉଛନ୍ତି।ଆଜକୁ ପ୍ରାୟ ତିନି ବର୍ଷ ହେଲାଣି ହାତୀ ଆକ୍ରମଣ ଜନିତ ମୃତ୍ୟୁହାର ବଢ଼ିଥିବା ବେଳେ ଆବଶ୍ୟକ ଵିଭାଗୀୟ କର୍ମଚାରୀ ର ଅଭାବ ତଥା ପ୍ରଶାସନ ତରଫରୁ ଜନ ଜୀଵନ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଗଲେ ହୁଏତ ଏତାଦୃଶ ଅଭାବନୀୟ ଘଟଣା ବାରମ୍ବାର ହୁଅନ୍ତା ନାହିଁ ବୋଲି କ୍ଷୁବ୍ଧ ବଙ୍ଗୁ ଗ୍ରାମବାସୀ ନିଜ ର ଦୁଃଖୋକ୍ତି ପ୍ରକାଶ କରିଛନ୍ତି।
ଢେଙ୍କାନାଳ ରୁ ବିଭୁ ପ୍ରସାଦ ଶତପଥୀ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।