ବରଗଡ଼ ; ତା-୨୩/୧୨ (ବିଏମସି ଟିଭି ଓଡ଼ିଆ)
ଭାରତର ରାଜଧାନୀ ଦିଲ୍ଲୀ ସ୍ଥିତ ନୃତ୍ୟାଞ୍ଜଳୀ ଅନୁଷ୍ଠାନ ପକ୍ଷରୁ ତା ୨୨.୧୨.୨୦୨୪ ରିଖ ରବିବାର ଦିନ ନୂଆଦିଲ୍ଲୀର ଲଜପତ ଭବନ ନୃତ୍ୟ ମଞ୍ଚରେ ଅଷ୍ଟମ ଅନ୍ତର୍ଜାତୀୟ ଶାସ୍ତ୍ରୀୟ ନୃତ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଭବ୍ୟ ଶାସ୍ତ୍ରୀୟ ନୃତ୍ୟ ଉତ୍ସବରେ ଦେଶବିଦେଶରୁ ବିଭିନ୍ନ ନୃତ୍ୟଶିଳ୍ପୀ ମାନେ ଅଂଶ ଗ୍ରହଣ କରି ନିଜ ନିଜ ପାରିଦର୍ଶିତା ପ୍ରଦର୍ଶନ କରିଥିଲେ।ଓଡ଼ିଶୀ କଥନ,ଭରତ ନାଟ୍ୟଟମ୍ ଏବଂ କୁଚିପୁଢି ନୃତ୍ୟରେ ଝୁମି ଉଠିଥିଲା ଦିଲ୍ଲୀର ନୃତ୍ୟମଞ୍ଚ।ଏ ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଶ୍ରୀମତୀ ନଳିନୀ ଅସ୍ଥାନା ଏବଂ ପଦ୍ମଶ୍ରୀ ଶ୍ରୀମତୀ କମଳିନୀ ଆସ୍ଥାନା। ମୁଖ୍ୟ ଅତିଥି ଉଭୟେ ସମସ୍ତ ଦର୍ଶନ ମାନଙ୍କୁ ଓ ନୃତ୍ୟଶିଳ୍ପୀ ମାନଙ୍କୁ ନିଜ ଅଭିଭାଷଣରେ ନୃତ୍ୟ ସଙ୍ଗୀତ ଓ କଳା ଉପରେ ନିଜନିଜ ଅଭିଭାଷଣରେ ଉଦବୋଧନ ଦେଇଥିଲେ।ଏହି କାର୍ଯ୍ୟକ୍ରମ ଅବସରରେ ନୃତ୍ୟାଞ୍ଜଳୀ ଅନୁଷ୍ଠାନ ପକ୍ଷରୁ ପ୍ରକାଶିତ ସ୍ମରଣିକା ଗୁରୁ ଶ୍ରୀଯୁକ୍ତ ସମାରୁ ମେହେର, ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କ କରକମଳରେ ଉନ୍ମୋଚନ କରାଯାଇଥିଲା। ସମସ୍ତ ନୃତ୍ୟଶିଳ୍ପୀ ମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନୀତ କରାଯାଇଥିଲା। ନୃତ୍ୟାଞ୍ଜଳୀ ଅନୁଷ୍ଠାନର ସଦସ୍ୟ ବୃନ୍ଦ କାର୍ଯ୍ୟକ୍ରମରେ ଯୋଗଦାନ କରି ସମ୍ପୁର୍ଣ୍ଣ ସହଯୋଗ କରିଥିଲେ।ନୃତ୍ୟାଞ୍ଜଳୀର ପ୍ରତିଷ୍ଠାତା ଗୁରୁ ଶ୍ରୀମାନ ସମାରୁ ମେହେର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପରିଶେଷରେ ଶ୍ରୀମତୀ ବାରୁଣୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ ରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡିଶା।