ଏଥୁ ଅନନ୍ତରେ ପାଠକୀୟ ଚର୍ଚ୍ଚା ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ନୟାଗଡ ;ତା-୨୫/୧୨(ବିଏମସି ଟିଭି ଓଡ଼ିଆ)

ନୟାଗଡ଼ ପଞ୍ଚାୟତ ସମିତି ସଭାକକ୍ଷରେ ବିଶ୍ଵନାଥ ମହାପାତ୍ରଙ୍କ ସଦ୍ୟ ପ୍ରକାଶିତ ଉପନ୍ୟାସ ‘ଏଥୁ ଅନନ୍ତରେ’ ର ପାଠକୀୟ ଚର୍ଚ୍ଚା ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ପୁସ୍ତକର ସମୀକ୍ଷକ ଭାବରେ ଯୋଗଦେଇ ସାହିତ୍ୟିକ ତଥା ବିଧାୟକ ଡ.ଅରୁଣକୁମାର ସାହୁ ଉପନ୍ୟାସର ବିବିଧ ଦିଗ ଉପରେ ଆଲୋକପାତ କରି ଏହାକୁ ଏକ ସଫଳ ଯୁଗାନ୍ତକାରୀ ସୃଷ୍ଟି ବୋଲି କହିଥିଲେ । ସ୍ଥାନ,କାଳ ଓ ପାତ୍ରର ଚୟନ, ଉପସ୍ଥାପନ ଓ ଗତିଶୀଳତାକୁ ଶ୍ରୀ ମହାପାତ୍ର ଏଭଳି ପ୍ରୟୋଗ କରିଛନ୍ତି, ଯାହା ଯେ କୌଣସି ଓଡ଼ିଆ ପ୍ରତିଷ୍ଠିତ ଲେଖକଙ୍କ ଠାରୁ କୌଣସି ଗୁଣରେ କମ୍ ନୁହେଁ ବୋଲି ଡ.ସାହୁ ଉଲ୍ଲେଖ କରିଥିଲେ ।ହଜିଯାଉଥିବା ଓଡ଼ିଆ ଶବ୍ଦ ମାନଙ୍କୁ ଖୋଜିଆଣି ପ୍ରୟୋଗ କରିବାରେ ଔପନ୍ୟାସିକ ଶ୍ରୀ ମହାପାତ୍ର ଜଣେ ସଫଳ ସାରସ୍ବତ ସ୍ରଷ୍ଟା ବୋଲି ସମୀକ୍ଷକ ମତ ବ୍ୟକ୍ତ କରିଥିଲେ । ରଞ୍ଜୁବାଳା ପ୍ରକାଶନୀ ପକ୍ଷରୁ ନାଟ୍ୟପୁରୁଷ ତଥା ଗବେଷକ ଡ. ବିଜୟ କୁମାର ଚୌଧୁରୀଙ୍କୁ ସାରସ୍ବତ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଲେଖକଙ୍କ ସାଥୀ ଚିତ୍ତରଞ୍ଜନ ପଟ୍ଟନାୟକଙ୍କୁ ପ୍ରଥମେ ପୁସ୍ତକଟିଏ ଅର୍ପଣ କରାଯାଇଥିଲା। ପୁସ୍ତକର ପ୍ରକାଶକ ଶରତଚନ୍ଦ୍ର ବେହେରା ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ ! ଅନ୍ୟ ମାନଙ୍କ ମଧ୍ୟରେ ନୟାଗଡ଼ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ, କବି ଗୋଦାବରୀଶ ମିଶ୍ର, ଶିକ୍ଷାବିତ ଗୋଦାବରୀ ବସନ୍ତିଆ, ନାଟ୍ୟକାର ଗଦାଧର ନନ୍ଦ,କବି ଶୀତୁପ୍ରକାଶ, ଗାୟକ ମନୋଜ କୁମାର ମିଶ୍ର, କବି ନିଳୀମା ନନ୍ଦ, ସମାଜସେବୀ କୃଷ୍ଣଚନ୍ଦ୍ର ମହାପାତ୍ର, ଅଧ୍ୟାପକ ଡ. ଆଶୁତୋଷ ମିଶ୍ର ପ୍ରମୁଖ ଉପନ୍ୟାସ ଉପରେ ପାଠକୀୟ ମତ ପ୍ରକାଶ କରି ଆଲୋଚନା ସଭାକୁ ରୁଦ୍ଧିମନ୍ତ କରିଥିଲେ । ଲେଖକ ବିଶ୍ଵନାଥ ମହାପାତ୍ର ଧନ୍ୟବାଦ ଅର୍ପଣ କରି ପ୍ରତିକୂଳ ପାଗ ସତ୍ତ୍ୱେ ଶତାଧିକ ସାହିତ୍ୟପ୍ରେମୀ ଏହି ସଭାରେ ଯୋଗଦେଇଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ ।

ନୟାଗଡ ରୁ ବିକ୍ରମ ସ୍ବାଇଁ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।

Leave a Reply

Your email address will not be published. Required fields are marked *