ବିଜେଡ଼ିର ୨୮ତମ ପ୍ରତିଷ୍ଠା ଦିବସ ପାଳିତ ।

ନୟାଗଡ଼ ; ତା-୨୬/୧୨(ବିଏମସି ଟିଭି ଓଡ଼ିଆ)

ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ରେ ବିଜେଡ଼ିର ପ୍ରତିଷ୍ଠା ଦିବସ ପାଳିତ ହୋଇଛି।ଦଶପଲ୍ଲା ବିଜେଡି ବିଧାୟକ ରମେଶ ବେହେରା ଙ୍କ ଆହ୍ୱାନ କ୍ରମେ ବିଜେଡ଼ିର ୨୮ତମ ପ୍ରତିଷ୍ଠା ଦିବସ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି।ଶ୍ରୀ କୃଷ୍ଣ କଲ୍ୟାଣୀ ମଣ୍ଡପ ଠାରୁ ହଜାର ହଜାର କର୍ମୀ ଏକ ବିଶାଳ ବାଇକ ରାଲି ବାହାରି ମେଡିକାଲ ଛକ ଠାରେ ଥିବା ପ୍ରବାଦ ପୁରୁଷ ତଥା ବିଜୁ ଜନତା ଦଳର

ବରିଷ୍ଠ ନାୟକ ସ୍ୱର୍ଗତ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତାଙ୍କ ସହିତ ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ଏନ ଏ ସି ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଉପେନ୍ଦ୍ର ସାହୁ,୧୧ନଂ ଜିଲ୍ଲା ପରିଷଦ ବସନ୍ତ କୁମାର ପ୍ରଧାନ,ନୂଆଗାଁ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରାଓ ଅନେକ କର୍ମୀ ଉପସ୍ଥିତ ଥିଲେ। ବିଜୁ ବାବୁ ଅମର ରହେ ଓ ନବୀନ ପଟ୍ଟନାୟକ ଜୟ ଜୟ କାରରେ ସଭାସ୍ଥଳ କମ୍ପି ଉଠିଥିଲା। ସ୍ବର୍ଗତ ବିଜୁ ବାବୁ ଙ୍କୁ ଭରତ ରତ୍ନ ପ୍ରଦାନ ପାଇଁ ଦାବୀ ମଧ୍ୟ କରାଯାଇଥିଲା। ବର୍ତମାନ ର ବିଜେପି ସରକାର ବିରୁଦ୍ଧରେ ଭୀଷଣ ଗର୍ଜନ କରିଥିଲେ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *