ଖୋର୍ଦ୍ଧା/ବୋଲଗଡ ; ତା-୨୭/୧୨ (ବିଏମସି ଟିଭି ଓଡ଼ିଆ)

ବୋଲଗଡସ୍ଥିତ ସ୍ଥାନୀୟ ବାମନ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବୋଲଗଡ଼ ମହୋତ୍ସବ ଆଶା-୨୦୨୪ ଶୁକ୍ରବାର ଦ୍ୱିତୀୟ ଦିବସ ଶୀତୁଆ ସନ୍ଧ୍ୟାରେ ଖୋଲା ଆକାଶ ରଙ୍ଗ ମଞ୍ଚରେ ସମ୍ବଲପୁରୀ ନୃତ୍ୟ ଦର୍ଶକ ମାନଙ୍କୁ ବିଭୋର କରିଥିଲା ।

ଏହି ଖୋଲା ରଙ୍ଗମଞ୍ଚରେ ଦୀର୍ଘ ୫ଦିନ ବ୍ୟାପି ସ୍ଥାନୀୟ ଓ ରାଜ୍ୟ ସରକାର ତଥା ଆନ୍ତଃରାଜ୍ୟ ସରକାରଙ୍କ ସାଂସ୍କୃତିକ ବିଭାଗ ପକ୍ଷରୁ ବିଭିର୍ଣ୍ଣ କଳାକୃତି ସହ ଓଡିଶୀ , ଘୁମୁରା, ମାଲଖୁମ୍ବ, ରଣପା ନୃତ୍ୟ, ଆସାମ ବିହୁ,ପ୍ରସିଦ୍ଧ ଗଂଜାମ ପଶୁନୃତ୍ୟ, ସମ୍ବଲପୁରୀ ନୃତ୍ୟ ,ଗ୍ରାମ୍ୟ କଳାକୃତି,ପାଲା, ଧୁଡୁକି, ରାମତାଳି, ଓଡିଶୀ ସଂକୀର୍ତନ ଇତ୍ୟାଦି ପରିବେଷଣ ଦର୍ଶକ ମାନଙ୍କୁ ରିମଝିମ ଶୀତୁଆ ସନ୍ଧ୍ୟାରେ ବେଶ ଖୋରାକ ଯୋଗାଇ ବାନ୍ଧି ରଖିଥିଲା।

ଏହି ୨ୟ ସନ୍ଧ୍ୟାରେ ମହୋତ୍ସବର ସଭାପତି ବିଧାୟକ ପ୍ରଦୀପ କୁମାର ସାହୁ ମହୋତ୍ସବର ଗୁଣ ଗରିମା ସହ ଅଂଚଳର ବିରତ୍ୱ ଗାଥା ସମ୍ପର୍କରେ କହିଥିଲେ। ସେହିପରି ବୋଲଗଡ଼ ଅଞ୍ଚଳକୁ ରକ୍ତ ରଞ୍ଜିତ ବିରମାଟି ଓ ଏହି ମହୋତ୍ସବ ଭାଇଚାରର ନିଦର୍ଶନ ସ୍ୱରୂପ ଓଡିଶା ରାଜ୍ୟର ଭୌଗଳିକ ମାନଚିତ୍ରରେ ବୋଲଗଡ଼ର ଚିତ୍ରକୁ ସ୍ୱତନ୍ତ୍ର ଭାବେ ସୂଚିତ କରିଥିଲେ।


ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଉପଦେଷ୍ଟା ରବୀନ୍ଦ୍ର ପରିଡା, ଲଲାଟେନ୍ଦୁ କେଶରୀ ସିଂହ, ଧୀରେଶ ଚନ୍ଦ୍ର ମହାପାତ୍ର, ରମେଶ ଚନ୍ଦ୍ର ପଟ୍ଟନାୟକ, ଜଳଧର ମହାନ୍ତି, ବିଜୟ କୁମାର ସେଠୀ ଓ ତ୍ରିନାଥ ସ୍ୱାଇଁ ପ୍ରମୁଖ ମଞ୍ଚାସିନ ଥିଲେ। ଅତିଥି ମାନେ ସଂସ୍କୃତରେ ଦୟାନିଧି କର, ସୋସିଆଲ ମିଡିଆରେ ରାଜେନ୍ଦ୍ର କୁମାର ରାମ ଓ କ୍ରୀଡ଼ାରେ ଆଦିତ୍ୟ ନାରାୟଣ ବରାଡ଼ ପ୍ରମୁଖମାନଙ୍କୁ “ବୋଲଗଡ଼ ସମ୍ମାନ”ରେ ସମ୍ମାନିତ କରିଥିଲେ।

ସନ୍ଧ୍ୟାର କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ପ୍ରମୁଖ ମାନେ ଜଗନ୍ନାଥଙ୍କ ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରି ମଂଞ୍ଚାସିନ ହୋଇଥିଲେ। ପରେ ସ୍ଥାନୀୟ ସଂଗୀତ ମହାବିଦ୍ୟାଳୟ ଛାତ୍ରୀମାନଙ୍କ ପକ୍ଷରୁ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା ଓ ବରିଷ୍ଠ ସମ୍ପାଦକ ନାରାୟଣ ମାର୍ଥ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ।


ଖୋର୍ଦ୍ଧା ଜିଲ୍ଲା ବୋଲଗଡ ରୁ ରୁଦ୍ର ମାଧବ ସାହୁ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା।

ବୋଲଗଡ ମହୋତ୍ସବ; ଆଶା-୨୦୨୪


