ଓଡ଼ିଶା ଡ୍ରାଇଭର ମହାସଂଘର ମହତ କାର୍ଯ୍ୟ : ମୃତ ଡ଼୍ରାଇଭରଙ୍କ ପରିବାରକୁ ଦେଲେ ୪୦ ହଜାର ଟଙ୍କା।

କେନ୍ଦୁଝର ;ତା-୨୭/୧୨(ବିଏମସି ଟିଭି ଓଡ଼ିଆ)

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତର କୁମୁଳୁବାଳି ଗ୍ରାମର ଗାଡ଼ି ଚାଳକ ପୀତବାସ ମହାନ୍ତ ଅସମୟରେ ମୃତ୍ୟୁବରଣ କରିଥିଲେ। ପରିବାର ଲୋକେ ହତାଶ ହୋଇଥିଲେ ଅଭାବ ଭିତରେ ଚଳୁଥିଲେ। ହେଲେ ଏକଥା ଜାଣି ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଡ୍ରାଇଭର ଭାଇମାନେ ଏକାଠି ହୋଇ ଆସି ମୃତ ପୀତବାସଙ୍କ ପରିବାରକୁ ଭେଟି ହାନିଲାଭ ବୁଝିଥିଲେ।

ଏହି ଅବସରରେ ସଂଘ ପକ୍ଷରୁ ୪୦ ହଜାର ଟଙ୍କାର ଅନୁକମ୍ପାମୂଳକ ସାହାଯ୍ୟ ପରିବାରକୁ ଦେଇଥିଲେ। ଆଗାମୀ ଦିନରେ ଏହିପରି ଭଲମନ୍ଦରେ ସମସ୍ତେ ଡ୍ରାଇଭର ଭାଇ ମାନଙ୍କ ସହ ଠିଆ ହେବାକୁ ସେମାନେ ଆହ୍ବାନ କରିଥିଲେ।ଡ୍ରାଇଭର ମହାସଂଘର ଏହିପରି ମହତ କାର୍ଯ୍ୟକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।

କେନ୍ଦୁଝର ଜିଲ୍ଲା ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *