ତିର୍ତ୍ତୋଲ ; ତା-୦୮/୧୨ (ବିଏମସି ଟିଭି ଓଡ଼ିଆ )
ବର୍ତ୍ତମାନ ସମୟରେ ଶିକ୍ଷାର୍ଥୀ ଜୀବନକୁ ନେଇ ବିଭିନ୍ନ ସମୟରେ ବନ୍ଧୁ ମିଳନ ମାନିଆରେ ଆୟୋଜିତ ହେଉଛି ବ୍ୟାଚ ଫିଷ୍ଟ ! ଆମେ ଆପଣଙ୍କୁ ଦେଖାଉଛୁ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନକପୁର ସ୍ଥିତ ସାରଦା ଏକାଡେମୀ ୧୯୮୯ ବ୍ୟାଚର ପୂରାତନ ଛାତ୍ର ଛାତ୍ରୀ ମାନଙ୍କର ଏକ ବନ୍ଧୁମିଳନ ଉତ୍ସବ । ଯେଉଁ ଉତ୍ସବରେ ଗୀତସଙ୍ଗୀତ ର ରୋମାଞ୍ଚକର ପରିବେଶରେ ଆୟୋଜିତ ହୋଇଥିଲା ଏହି ବନ୍ଧୁମିଳନ ଉତ୍ସବ ।
କାର୍ଯ୍ୟକ୍ରମର ଆରମ୍ଭରେ ବିଦ୍ୟାର୍ଥୀ ମାନେ ମାଆ ସାରଳା ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କଲା ପରେ , ଦିବଂଗତ ଶିକ୍ଷକ ଶିକ୍ଷୟତ୍ରୀ ଓ ଶିକ୍ଷାକର୍ମି ଙ୍କ ଉଦ୍ଦେଶ୍ୟରେ ସମବେତ ନୀରବ ପ୍ରାର୍ଥନା କରିଥିଲେ । ଶିକ୍ଷାର୍ଥୀ ସମୟର ଅଭୁଲା ସ୍ମୃତି କୁ ମନେ ପକେଇ, ଅଧ୍ୟୟନ କରୁଥିବା ସାରଦା ଏକାଡେମୀ ର ଗାରିମାମୟ, ଐତିହ୍ୟ, ସଂସ୍କୃତି ଓ ପରମ୍ପରା ସହିତ ନିଜ ନିଜର ଅନୁଭୂତି ଓ ଅନୁଭବ ସମ୍ପର୍କରେ ବନ୍ଧୁ ଓ ବାନ୍ଧବୀ ମାନେ ସ୍ୱସ୍ବ ବକ୍ତବ୍ୟ ଉପସ୍ଥାପନ କରିଥିଲେ । କର୍ମମୟ ଜୀବନର ବ୍ୟସ୍ତବହୁଳ ସମୟରୁ ବର୍ଷକରେ ଥରେ ମିଳନ ଉତ୍ସବ ପାଳନ କରୁଥିବାରୁ ସମସ୍ତ ଶିକ୍ଷା ସାଥି ବହୁତ ଉତ୍ସାହିତ ଥିବାର ଦେଖିବାକୁ ମିଳିଥିଲା ।
ଏହି ଉପଲକ୍ଷେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଗୀତ ସଙ୍ଗୀତର ମୂର୍ଚ୍ଛନାରେ ଚତୁଃର୍ଦିଗ ଗୁଞ୍ଜରିତ ହୋଇ ଉଠିଥିଲା । ମଞ୍ଚ ପରିଚାଳନା କରିଥିଲେ ସିନେ ନିର୍ଦ୍ଦେଶକ ପ୍ରଭାକର ସାହୁ ଏବଂ ସଙ୍ଗୀତ ନିର୍ଦ୍ଦେଶକ ମହେଶ ନାୟକ । ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଭାତ ସାହୁ ଓ ଲକ୍ଷ୍ମୀପ୍ରିୟା ସାହୁଙ୍କ ସୃତି ମଧୁର ସଂଗୀତରେ ସମସ୍ତ ବନ୍ଧୁ ବାନ୍ଧଵୀ ମାନେ ଭାବବିଭୋର ହୋଇ ନୃତ୍ୟ କରିଥିଲେ।
ତେବେ ଏହି ସମସ୍ତ କାର୍ଯ୍ୟକ୍ରମରେ ନିର୍ମଲେନ୍ଦୁ ସୋମି , ଅରବିନ୍ଦ ଲେଙ୍କା, ନୃସିଂହ ଚରଣ ରାଉଳ , ଯୁଗଳ କିଶୋର ଖୁଣ୍ଟିଆ , ଦୁର୍ଗା ପତି , ସୁଜାତା ରାୟ , ସଙ୍ଗୀତା ନାୟକ , ଶ୍ରୀୟାରାଣୀ ମହାନ୍ତି , ଅୟସ କାନ୍ତ ଦାସ , ବିଜୟ କୁମାର ଖୁଣ୍ଟିଆ , ଲିଙ୍ଗରାଜ ସାହୁ, ନୟନା ରଣା , ଲାଲା ଅରବିନ୍ଦ ରାୟ , ବନ୍ଦନା ପଣ୍ଡା , ପୁଷ୍ପଲତା ପରିଜା , ନମି ରାଉଳ , ମନୋରମା ଦାସ , ନଗେନ ସିଂହ , କ୍ରୀଷ୍ଣା ପଟ୍ଟନାୟକ , କୁସିବ ଉଦ୍ଦିନ ଅହମଦ, ମନୋଜ କୁମାର ଦାସ ଓ ନିହାର ରଞ୍ଜନ ବିଶ୍ବାଳ ଙ୍କ ସମେତ ୫୦ ରୁ ଉର୍ଦ୍ଧ ଶିକ୍ଷାସାଥି ସାମିଲ ହୋଇ ଥିବାର ଦେଖିବାକୁ ମିଳିଥିଲା ।
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡିଶା ।