ବେଲଗୁଣ୍ଠା ;ତା-୨୭/୧୨(ବିଏମସି ଟିଭି ଓଡ଼ିଆ)
ବେଲଗୁଣ୍ଠା ବ୍ଳକ୍ କୃଷି ସମ୍ଵନ୍ଧୀୟ ବିଭିନ୍ନ ଆଲୋଚନା ପାଇଁ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ ଏବଂ ବିଡ଼ିଓ ଅମିତ୍ ରଞ୍ଜନ ହୋତାଙ୍କର ଏକ ମିଳିତ ବୈଠକ ବେଲଗୁଣ୍ଠା ରାଜୀବଗାନ୍ଧୀ ସେବା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଚଳିତ ଲଘୁଚାପ ଜନିତ ବର୍ଷାରେ ଚାଷୀଙ୍କ ଫସଲ କ୍ଷତି ଏବଂ ଏହାର ଆକଳନ ସମ୍ପର୍କରେ ଆଲୋଚନା କରାଯିବା ସହିତ ପ୍ରଧାନମନ୍ତ୍ରୀ ଫସଲ ବୀମା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହା ସହିତ ଚାଷୀଙ୍କର ଅମଳ ଶସ୍ୟକୁ ମଣ୍ଡି ମାଧ୍ୟମରେ କ୍ରୟ କରାଯିବା ସମ୍ପର୍କରେ ଆଲୋଚନା କରାଯାଇଥିଲା ।ବୈଠକରେ ବେଲଗୁଣ୍ଠା କୃଷି ବିଭାଗ ବ୍ଳକ୍ କୃଷି ଅଧିକାରୀ ଅଜିତ୍ କୁମାର ମହାପାତ୍ର ,ଏଏଓ ଶୈଳସୂତା ସାହୁ,ବ୍ଳକ୍ ମୃତ୍ତିକା ସଂରକ୍ଷଣ ଅଧିକାରୀ ମନୋଜ କୁମାର ପାଣିଗ୍ରାହୀ,ଏମ ଜୀ ଏନ ଅାର ଜି ଏ ଆସିଷ୍ଟାଣ୍ଟ ମନୋଜ କୁମାର ପଟ୍ଟନାୟକ, ତହସିଲ୍ ର ସମସ୍ତ ରାଜସ୍ୱ ନୀରିକ୍ଷକ ଅମିନ୍, ସମସ୍ତ ପଂଚାୟତ କାର୍ଯ୍ୟ ନିର୍ବାହି ଅଧିକାରୀ, କୃଷି ବିଭାଗର ଗ୍ରାମ ସେବକ, ସମସ୍ତ ସମବାୟ ସମିତି ସମ୍ପାଦକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ବେଲଗୁଣ୍ଠା ନାରାୟଣ ପଣ୍ଡା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।