ସମ୍ବଲପୁର ;ତା-୨୭/୧୨(ବିଏମସି ଟିଭି ଓଡିଆ)
ବରପାଲି ଅଞ୍ଚଳର ଆଦର୍ଶ ଲୋକପ୍ରିୟ ଶିକ୍ଷକ ଜୟକୃଷ୍ଣ ତ୍ରିପାଠୀଙ୍କ ୭୫ ବର୍ଷ ବୟସରେ ଗତ ୨୬ ତାରିଖରେ ପରଲୋକ ହୋଇଯାଇଛି । ବରପାଲି ଏନ୍ ଏ ସି ହାଇସ୍କୁଲରେ ସ୍ବର୍ଗତ ତ୍ରିପାଠୀ ଶିକ୍ଷକତା କରି ଅବସର ପରେ ତାଙ୍କ ଝିଅଘର ବଲାଙ୍ଗୀରରେ ରହୁଥିଲେ । ସେ କିଛି ଦିନ ହେଲା ଅସୁସ୍ଥ ହୋଇ ଭୁବନେଶ୍ୱରରେ ରହି ଚିକିତ୍ସିତ ହେଉଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା। ବଲାଙ୍ଗୀରରେ ତାଙ୍କ ଆନ୍ତେଷ୍ଟି କ୍ରିୟା କରାଯାଇଥିଲା । ସ୍ବର୍ଗତ ତ୍ରିପାଠୀ ଜଣେ ଛାତ୍ରବତ୍ସଳ ଶିକ୍ଷକ ହେବା ସହିତ ଜଣେ ମଞ୍ଚ ଅଭିନେତା , ନାଟ୍ୟ ନିର୍ଦ୍ଦେଶକ ତଥା ଲେଖକ ଥିଲେ। ସେ କିଛିଦିନ ଧରି ଧରିତ୍ରୀ ସମ୍ବାଦ ପତ୍ରରେ ସାମ୍ବାଦିକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ନିକଟ ଅତୀତରେ ତାଙ୍କ ଲିଖିତ ପୁସ୍ତକ ‘ଆଚ୍ଛାଦିତ’ ଭବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ଉନ୍ମୋଚିତ ହୋଇଥିଲା। ତାଙ୍କ ପରଲୋକ ଗମନର ଖବରରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଆ।