ପାବନଭୂମି ପଞ୍ଜାବର କାଦିଆନ ଗସ୍ତରେ ୫୦୦ରୁ ଊର୍ଦ୍ଧ୍ବ ଅହମଦୀୟା ମୁସଲିମ ଶ୍ରଦ୍ଧାଳୁ ।

ଖୋର୍ଦ୍ଧା ; ତା-୨୫/୧୨  (ବିଏମସି ଟିଭି ଓଡ଼ିଆ)

ପାବନଭୂମି କାଦିଆନ ପଞ୍ଜାବ ଗସ୍ତରେ କେରଙ୍ଗ,ଖୋର୍ଦ୍ଧା,ଜଟଣୀ, ପଙ୍ଗାରସିଂ, ମାଣିକାଗୋଡା ଗ୍ରାମରୁ ୫୦୦ରୁ ଊର୍ଦ୍ଧ୍ବ ଅହମଦୀୟା ମୁସଲିମ ଶ୍ରଦ୍ଧାଳୁ ଖୋର୍ଦ୍ଧା ରୋଡ,ଭୁବନେଶ୍ବର, ଢେଙ୍କାନାଳ ଏବଂ ସମ୍ବଲପୁର ରେଳ ଷ୍ଟେସନରୁ ବିଶାଖାପାଟଣା-ଅମୃତସର ଏକ୍ସପ୍ରେସରେ ଯାତ୍ରା ଆରମ୍ଭ କରିଛନ୍ତି । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଗୁରୁଦାସପୁର ଜିଲ୍ଲାର କାଦିଆନ ପାବନ ଭୂମିରେ ଅନ୍ତରାଷ୍ଟ୍ରୀୟ ସର୍ବଧର୍ମ ଶାନ୍ତି ସମ୍ମିଳନୀ ଚଳିତ ମାସ ୨୭,୨୮ ଏବଂ ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଭାରତ ବର୍ଷର କୋଣ ଅନୁକୋଣରୁ ତଥା ବିଦେଶରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେବାର ରହିଛି ।

ସର୍ବଧର୍ମ ଶାନ୍ତି ସମ୍ମିଳନୀରେ ବିଶ୍ବରେ ସ୍ଥାୟୀ ଶାନ୍ତିର ସ୍ଥାପନା ଦିଗର ପୈଗମ୍ବର ମୁହମ୍ମଦଙ୍କ ପବିତ୍ର ଆଦର୍ଶ, ଅଙ୍ଗୀକୃତ ମସିହ ହଜରତ ମିର୍ଜା ଗୁଲାମ ଅହମଦଙ୍କ ପ୍ରାର୍ଥନାର ଚମତ୍କାରୀତା ଏବଂ ପରମବ୍ରହ୍ମ ପରମେଶ୍ବର ଅଲ୍ଲାଃଙ୍କ ଅସ୍ତିତ୍ବ ଓ ପରିଚୟ ତଥା ଇସଲାମ ଧର୍ମରେ ପର୍ଦ୍ଦାର ଆବଶ୍ୟକତା ଓ ଏହାର ମୂଲ୍ୟବୋଧ, ପ୍ରାର୍ଥନାର ଉପକାରିତା,ଅର୍ଥଦାନର ମହାନତା, ଖିଲାଫତ ସୁରକ୍ଷାର କବଚ ଏବଂ ସନ୍ତାନର ଉଚିତ ଶିକ୍ଷା-ଦିକ୍ଷା ବିଷୟରେ ବିଭିନ୍ନ ମୌଲାନା, ପଣ୍ଡିତ, ଜ୍ଞାନୀଗୁଣୀ ତଥା ନେତା ଓ ରାଜନେତାମାନେ ସାରଗର୍ଭକ ମତାମତ ରଖିବେ ।


ଏହା ବ୍ୟତୀତ ବିଶ୍ବବ୍ୟାପ୍ତ ଅହମଦୀୟା ମୁସଲିମ ସଂଗଠନର ବିଶ୍ବଗୁରୁ ହଜରତ ମିର୍ଜା ମସରୁର ଅହମଦଙ୍କ ସାଟିଲାଇଟ ମାଧ୍ୟମରେ ସମ୍ମିଳନୀରେ ଉପସ୍ଥିତ ସଭାସଜ୍ଜନ ମଣ୍ଡଳି ତଥା ବିଶ୍ବବାସୀଙ୍କ ପାଇଁ ଅମୂଲ୍ୟ ବାର୍ତ୍ତା ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଅହମଦୀୟା ମୁସଲିମ ସଂଗଠନର ପ୍ରଚାରକ ତଥା ପ୍ରେସ ଇନଚାର୍ଜ ମୌଲାନା ଫଜଲ ହକ ଖାଁ ସୂଚନା ଦେଇଛନ୍ତି ।

ବିଏମସି ନ୍ୟୁଜ୍ ଓଡିଶା।

Leave a Reply

Your email address will not be published. Required fields are marked *