୧୨୯ ତମ କାଦିଆନ ସର୍ବଧର୍ମ ସମ୍ମିଳନୀ ଉଦଘାଟିତ । ଭକ୍ତିରେ ହିଁ ମିଳିଥାଏ ଶକ୍ତି : ମୌଲାନା ମୁହମ୍ମଦ ହମିଦ କୌସର  ।

ଭୁବନେଶ୍ବର  ; ତା-୨୮/୧୨  (ବିଏମସି ଟିଭି ଓଡିଆ)

ଭକ୍ତି,ପବିତ୍ରତା,ସଂଯମତା,ସଦଭାବନା,ଓ ଭାଇଚାରା ପ୍ରତିଷ୍ଠା କରିବା, ସମାଜରେ ସଭ୍ୟ ମଣିଷ ଗଢିବା, ମଣିଷକୁ ପ୍ରଭୁ ଭକ୍ତ ବନାଇବା ତଥା ଏକ ସୁଖ-ଶାନ୍ତ ରାଷ୍ଟ୍ର ଗଠନ କରିବା, ଏହି ସମ୍ମିଳନୀର ମୂଳ ଉଦ୍ଦେଶ୍ୟ । ଏହି ସମ୍ମିଳନୀ ଦ୍ବାରା ବିଶ୍ବଶାନ୍ତି, ବିଶ୍ବ ଭାଇଚାରା ପ୍ରତିଷ୍ଠା ହୋଇଥାଏ ।

ଏହି ସମ୍ମିଳନୀ ପ୍ରାୟ ୧୩୩ ବର୍ଷ ପୂର୍ବେ ୧୮୯୧ ମସିହାରେ ଅହମଦୀୟ ମୁସଲିମ ସମ୍ପ୍ରଦାୟର ପ୍ରବର୍ତ୍ତକ ହଜରତ ମିର୍ଜା ଗୁଲାମ ଅହମଦଙ୍କ ଦ୍ବାରା ପ୍ରତିଷ୍ଠା କରା ଯାଇଥିଲା । ଏହି ଭଳି ମତାମତ ଦେଖିବାକୁ ମିଳିଛି କାଦିଆନ ସର୍ବଧର୍ମ ଶାନ୍ତି ସମ୍ମିଳନୀରେ । ତ୍ରିଦିବସୀୟ କାଦିଆନର ୧୨୯ ତମ ସର୍ବଧର୍ମ ଶାନ୍ତି ସମ୍ମିଳନୀ ଆରମ୍ଭ ହୋଇଛି ।

ଏହି ଉଦଘାଟନୀ ଉତ୍ସବରେ ସଭାପତି ସଦର ଅଞ୍ଜୁମନ ଅହମଦୀୟାର ମୌଲାନା ମୁହମ୍ମଦ କରିମୁଦ୍ଦିନ ଶାହିଦ ପୌରୋହିତ୍ୟ କରିଥିଲେ । ସଭାକାର୍ଯ୍ୟ ପବିତ୍ର କୋରାନ ପାଠ ସହ ଆରମ୍ଭ ହୋଇଥିଲା । ମୌଲବି ନସରୁମିନଲ୍ଲାଃ ଉର୍ଦ୍ଦୁ ନଜମ ସଂଗୀତ ପଢ଼ିଥିଲେ ।

ପ୍ରଥମ ଅଧିବେଶନର ପ୍ରଥମ ବକ୍ତା ଭାବେ ଅହମଦୀୟା କେନ୍ଦ୍ରୀୟ ପ୍ରଚାର ବିଭାଗର ସଚିବ ମୌଲାନା ମୁହମ୍ମଦ ହମିଦ କୌସର ଯୋଗଦେଇ ଈଶ୍ବରଙ୍କ ଅସ୍ତିତ୍ବ ବିଷୟରେ କହିଲେ କି ସର୍ବଶକ୍ତିମାନ ଅଲ୍ଲାଃ ଭକ୍ତଙ୍କ ଭକ୍ତିକୁ ବହୁତ ଭଲ ପାଆନ୍ତି । ଭକ୍ତର ଆକୁଳ ପ୍ରାର୍ଥନାକୁ ଶୁଣନ୍ତି ଏବଂ ତଦନୁଯାୟୀ ତାକୁ ଗ୍ରହଣ କରିଥାନ୍ତି । ଭକ୍ତର ଭକ୍ତିରେ ବହୁତ ଶକ୍ତି ଥାଏ । ନିର୍ମଳ ହୃଦୟରେ ଓ ଆକୁଳ- ବ୍ୟକୁଳ ହୋଇ ଭକ୍ତି କଲେ ହିଁ ଈଶ୍ବର ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇଥାଏ ।


ଦ୍ବିତୀୟ ବକ୍ତା ଭାବେ ଯୋଗଦେଇ ଜାମିଆ ଅହମଦୀୟାର ପ୍ରଧାନ ଅଧ୍ୟାପକ ମୌଲାନା ଅତାଉଲ ମୁଜିବ ଲୋନ କହିଲେ, ଇସଲାମ ଏକ ସମ୍ପୂର୍ଣ୍ଣ ଧର୍ମ । ଜୀବନ ଶୈଳୀର ସମସ୍ତ ପ୍ରକାର ଆଦର୍ଶ ଶିଖାଇଥାଏ । ଜନ୍ମ ହେବା ଠାରୁ ନେଇ ମୃତ୍ୟୁ ପର୍ଯ୍ୟନ୍ତର ସମସ୍ତ ପର୍ଯ୍ୟାୟରେ ଏକ ଆଦର୍ଶବାଦୀ ହେବାର ଶିକ୍ଷା ଦେଇଥାଏ । ଖାଇବା-ପିଇବା, ପରିସ୍କାର-ପରିଚ୍ଛନ୍ନ ରହିବା,ରାସ୍ତା-ଘାଟର ନିୟମ ପାଳନ କରିବା, ସଂଯମତା ରକ୍ଷା କରିବା, ସଭା-ସମିତିର ମହାନତା ଏବଂ ଉପାସନା ଗୃହର ମର୍ଯ୍ୟାଦା ବିଷୟରେ ସାରଗର୍ଭକ ମତାମତ ରଖିଥିଲେ ।
ଶୁକ୍ରବାର ଜୁମା ଖୁତବା ପ୍ରବଚନ ଓ ନମାଜ ପାଠ ମୌଲାନା ସୟଦ କଲିମୁଦ୍ଦିନ ପାଠ କରାଇଥିଲେ ।


ଦ୍ବିତୀୟ ଅଧିବଶନରେ ମୁଖ୍ୟ ବକ୍ତା ଭାବେ ଅହମଦୀୟା ମୁସଲିମ ସଂଗଠନର ମୁଖ୍ୟ ସଚିବ ମୌଲାନା ମୁହମ୍ମଦ ଇନାମ ଘୋରୀ କହିଲେ ପୈଗମ୍ବର ମୁହମ୍ମଦ ଥିଲେଦ, କରୁଣାର ସାଗର । ଜୀବନର ସବୁ କ୍ଷେତ୍ରରେ ତାଙ୍କର ଆଦର୍ଶ ବିରଳ । ସେ ଜଣେ ଆଦର୍ଶବାଦୀ ମହାପୁରୁଷ ଥିଲେ ।

ଦ୍ବିତୀୟ ବକ୍ତା ଭାବେ ଯୋଗଦେଇ ଅହମଦୀୟା ପ୍ରକାଶନୀର ଉପସଚିବ ମୌଲାନା ତନଓ୍ବିର ଅହମଦ ନାସିର ପୈଗମ୍ବର ମୁହମ୍ମଦ ଓ ହଜରତ ମିର୍ଜା ଗୁଲାମ ଅହମଦଙ୍କ ସହପାଠି ହଜରତ ହମଜାଃ ଓ ହଜରତ ମିର୍ଜା ଶରିଫ ଅହମଦଙ୍କ ଜୀବନାର୍ଦଶ ବିଷୟରେ ଆଲୋକପାତ କରିଥିଲେ । ଏହି ସର୍ବଧର୍ମ ଶାନ୍ତି ସମ୍ମିଳନୀ ଆଉ ଦୁଇ ଧରି ଚାଲୁ ରହିବ ବୋଲି କମିଟି ତରଫରୁ ସୂଚନା ମିଳିଛି ।

ବିଏମସି ନ୍ୟୁଜ୍ ଓଡିଶା।

Leave a Reply

Your email address will not be published. Required fields are marked *