୭୨ କେଜି ଗଞ୍ଜେଇ ଜବତ, ମାଫିଆ ଫେରାର।

ବୌଦ୍ଧ ; ତା-୨୯/୧୨(ବିଏମସି ଟିଭି ଓଡ଼ିଆ)

ବୌଦ୍ଧ ଅବକାରୀ ମୋବାଇଲ ସ୍କ୍ୱାର୍ଡ ପକ୍ଷରୁ ଚଢାଉ କରାଯାଇ ବ୍ୟାପକ ଗଞ୍ଜେଇ ଜବତ କରିଥିବା ବେଳେ ଘଟଣା ସ୍ଥଳରୁ ଥିବା ଜଣା ପଡ଼ିଛି ।ସୂଚନା ଅନୁସାରେ ବୌଦ୍ଧ ଅବକାରୀ ସ୍କ୍ୱାର୍ଡ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ମନମୁଣ୍ଡା ଥାନା ଅନ୍ତର୍ଗତ ମାଳତୀ ଗୋଚ୍ଛାପଡ଼ା ଗ୍ରାମ ରାସ୍ତା ନିକଟ ଜଙ୍ଗଲରେ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଅବକାରୀ କର୍ମଚାରୀଙ୍କୁ ଦେଖି ମାଫିଆ ଘଟଣା ସ୍ଥଳରୁ ଫେରାର ମାରିଥିଲେ ।ଅବକାରୀ କର୍ମଚାରୀ ଘଟଣା ସ୍ଥଳରୁ ୭୨ କେଜି ଗଞ୍ଜେଇ ଜବତ କରିଛି । ଏ ସଂକ୍ରାନ୍ତରେ ଅବକାରୀ ବିଭାଗ ପକ୍ଷରୁ ୨୦୯/୨୪-୨୫ ରେ ଏକ ମାମଲା ରୁଜୁ କରାଯାଇ ଜବତ ଗଞ୍ଜେଇ କଣ୍ଟାମାଳ କୋର୍ଟରେ ହାଜର କରାଯାଇଥିବା ବେଳେ ଅଧିକ ତଦନ୍ତ ଜାରି ଥିବା ବୌଦ୍ଧ ଅବକାରୀ ମୋବାଇଲ ସ୍କ୍ୱାର୍ଡ ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି।


ବୌଦ୍ଧ ରୁ ପ୍ରଭଞ୍ଜନ ପୁରୋହିତ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *