ସମ୍ବଲପୁର ;ତା-୨୯/୧୨(ବିଏମସି ଟିଭି ଓଡିଆ)
ଲୋକକଳା ମହୋତ୍ସବ,ସମ୍ବଲପୁର ପକ୍ଷରୁ କୁଚିଣ୍ଡା କଲେଜ ପ୍ରେକ୍ଷାଳୟରେ କୁଚିଣ୍ଡା ଉପଖଣ୍ଡରେ ଲୋକକଳା ଓ ଲୋକନୃତ୍ୟର ସ୍ଥିତି ଓ ପ୍ରଗତି ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଲୋକକଳାକୁ ଅପମିଶ୍ରଣ ମୁକ୍ତ ରଖିବାକୁ ଆହ୍ବାନ ଦେବା ସହ ଗୁଦୁଗୁଡ଼ା ମହୋତ୍ସବକୁ ପୁନଃ ପ୍ରଚଳନ କରିବାକୁ ଆହ୍ବାନ ଦେଇଥିଲେ । ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼.ଦ୍ବାରିକା ନାଥ ନାଏକଙ୍କ ସଭାପତିତ୍ବରେ ଆୟୋଜିତ ଏହି ଆଲୋଚନା ସଭାରେ ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ, ଉପଜିଲ୍ଲାପାଳ ଗୌରବମୟ ପଧାନ, ଦିଲ୍ଲୀପ ପାଣି ଓ ସୁରଥ ନାୟକ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି କୁଚିଣ୍ଡା ଉପଖଣ୍ଡରେ ଲୋକକଳାର ସ୍ଥିତି ଓ ପ୍ରଗତି ଉପରେ ଆଲୋଚନା କରିଥିଲେ । ଏତତ୍ ବ୍ୟତୀତ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ,ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା, ସଂଗଠକ ମଳୟ ବେହେରା, ପ୍ରଧାନ ଶିକ୍ଷକ ରତନ ଲାଲ ସିଂହ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ । ସଭା ପୂର୍ବରୁ ପୂର୍ବତନ ପ୍ରଧାନ ମନ୍ତ୍ରୀ ଡ଼. ମନ ମୋହନ ସିଂ ଙ୍କ ସ୍ବର୍ଗତ ଆତ୍ମାର ସଦ୍ଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ଥିଲା। ଶେଷରେ କୁଚିଣ୍ଡା କଲେଜର ଅଧ୍ୟକ୍ଷ ସୁଚିତ୍ରା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।