ନୟାଗଡ଼ ; ତା-୨୯/୧୨(ବିଏମସି ଟିଭି ଓଡ଼ିଆ)
ଗଣିଆ ବ୍ଳକ ବେଲପଡାପାଟଣା ହାଇସ୍କୁଲ ପଡିଆରେ ରଘୁନାଥ ଜୀଉ କ୍ଳବ୍ ଆନୁକୁଲ୍ୟରେ ରାଜ୍ୟ ସ୍ତରୀୟ ଦୟାନିଧି ସାହୁ ଓ ସୁନିଲ ବେହେରା ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଆଜି କଟକ ବନାମ ଭୂବନେଶ୍ବର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଟକ ଦଳ ଫାଇନାଲରେ ବିଜୟ ଲାଭ କରି ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି । ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବେ ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା,ଗ୍ରାମ ସଭାପତି ମହାଦେବ ମହାରଣା, ସମ୍ପାଦକ ବିରଞ୍ଚି ପୃଷ୍ଟି, ସରପଞ୍ଚଙ୍କ ପ୍ରତିନିଧି ସୁଧାଂଶୁ ଗଣ୍ଠିଆ, ଚତୁର୍ଭୁଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଶ୍ରୀ ବେହେରାଙ୍କୁ କ୍ଳବ୍ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହିତ ଏକ ବିଶାଳ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା । ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଚାମ୍ପିୟନ ଦଳକୁ ଟ୍ରଫି ସହିତ ନଗଦ ୩୧ ହଜାର ଟଙ୍କା ଏବଂ ରନର୍ସଅପ୍ ଦଳକୁ ଟ୍ରଫି ସହିତ ନଗଦ ୨୧ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଦୁଇ ଦଳର ଖେଳାଳୀମାନଙ୍କୁ ସେ ଉତ୍ସାହିତ କରିବା ସହିତ ଶୁଭେଚ୍ଛା ଜଣାଇଥିଲେ ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା ।