ତୁମୁଡିବନ୍ଧ ; ତା-୨୯/୧୨ ( ବିଏମସି ଟିଭି ଓଡ଼ିଆ )

କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ସ୍ଥାନୀୟ ନେତାଜୀ ସୁବାସ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ କେନ୍ଦ୍ର ସରକାରଙ୍କର ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ ଭାରତ ସରକାରଙ୍କ ନିର୍ଦେଶ କ୍ରମେ ଗତ ତା,୧୮/୧୨/୨୦୨୪ ତାରିଖ ରେ ଆରମ୍ଭ ହୋଇ ୧୨/୧୨/୨୦୨୪ ତାରିଖ ରେ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ସୁନୀଲ କୁମାର ପାତ୍ର ଙ୍କର କର କମଳରେ ଶୁଭାରମ୍ଭ କରାଯାଇଥିଲା । କାର୍ଯ୍ୟକ୍ରମ ର ପ୍ରଥମ ଦିନରେ ଫିଟ ଇଣ୍ଡିଆ ର ଆଭିମୁଖ୍ୟ ଓ ଉଧେଶ୍ୟ ସମସ୍ତ ଛାତ୍ର ଛାତ୍ରୀଙ୍କୁ ଅଧ୍ୟକ୍ଷ ସଚେତନ କରାଇଥିଲେ ପ୍ରଥମ ଦିନରେ ପ୍ରାୟ ୮୦୦ ରୁ ଅଧିକ ଛାତ୍ର ଛାତ୍ରୀ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ ରେ ନିଜକୁ ସାମିଲ କରିବା ପାଇଁ ଶପଥ ପାଠ କରିଥିଲେ ଓ କାର୍ଯ୍ୟକ୍ରମର ଦ୍ଵିତୀୟ ଦିନରେ ତର୍କ ପ୍ରତିଯୋଗିତା ତୃତୀୟ ଦିନରେ ଯୋଗ ଓ ଚତୁର୍ଥ ଦିନରେ ପ୍ରବନ୍ଧ ପ୍ରତିଯୋଗିତା ସହିତ ବିଭିନ୍ନ ପ୍ରକାର ପ୍ରତିଯୋଗିତାମାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ନୋଡାଲ ଅଫିସର ଡ଼କ୍ଟର ସତ୍ୟ ରଞ୍ଜନ ପାଣିଗ୍ରାହୀ ସମସ୍ତ ପ୍ରତିଯୋଗିତା କୁ ପରିଚାଳନା କରିଥିଲେ ଓ ସପ୍ତାହବ୍ୟାପି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଅଣ ଶିକ୍ଷକ ସାମିଲ ହୋଇ ସ୍ୱାସ୍ଥ୍ୟ ହିଁ ସମ୍ପଦ ବୋଲି ବାର୍ତା ପ୍ରତ୍ୟେକ ଛାତ୍ର ଛାତ୍ରୀଙ୍କ ନିକଟରେ ପହଂଚାଇବା ପାଇଁ ଦୃଢ଼ ବଦ୍ଧ ପରିକର ହୋଇଥିଲେ ।

କେନ୍ଦ୍ର ସରକାର ହେଉ କି ରାଜ୍ୟ ସରକାର ହେଉ, ରାଜ୍ୟ ବାସୀଙ୍କ ପାଇଁ ଛାତ୍ର ଛାତ୍ରୀ ମାନଙ୍କର ଶିକ୍ଷା, କ୍ଷେତ୍ରରେ, କ୍ରୀଡା କ୍ଷେତ୍ରରେ, କିମ୍ବା ବୌଦ୍ଧିକ ଜ୍ଞାନ ବିକାଶ, ଉତ୍ତମ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ କରାଇଥାନ୍ତି, ତଦନୁଯାଇ ଭାରତ ସରକାର ଙ୍କର ଏହି ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ ଦେଶ ବାସୀଙ୍କ ପାଇଁ ନିହାତି ଜରୁରୀ ଆବଶ୍ୟକ ଅଟେ ବୋଲି ସମସ୍ତ ଅଂଶ ଗ୍ରହଣ କାରି ମାନେ ଉପଲବ୍ଧି କରିପାରିଥିବା ଦେଖିବାକୁ ମିଳିଥିଲା ।

ଉକ୍ତ କାର୍ଯ୍ୟକ୍ରମ ରେ ଯୋଗ ବ୍ୟାୟାମର ବିଭିର୍ଣ୍ଣ ପ୍ରକାର ଆସନ, ପ୍ରାଣାୟାମ, କୌଶଳ ଶିକ୍ଷା କରି ମହାବିଦ୍ୟାଳୟ ର ଶତାଧିକ ଛାତ୍ର ଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ସମେତ ବିଭିର୍ଣ୍ଣ ବିଦ୍ୟାଳୟ ଗୁଡିକର ଶିକ୍ଷକ ଶିକ୍ଷୟତ୍ରୀ ମାନେ ବେଶ ଆନନ୍ଦ ଅନୁଭବ କରିଥିବାର ଦେଖିବାକୁ ମିଳିଥିଲା ।

କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ରୁ କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।
