ରାଇରଙ୍ଗପୁରରେ ବାଘୁଆ ମହୁମାଛି ଆକ୍ରମଣରେ ଗ୍ରାମ୍ୟ ନିର୍ମାଣ  ବିଭାଗର କନିଷ୍ଠ ଯନ୍ତ୍ରୀ ମୃତ।

ରାଇରଙ୍ଗପୁର ;ତା-୩୦/୧୨ (ବିଏମସି ଟିଭି ଓଡ଼ିଆ)

ରାଇରଙ୍ଗପୁର ଗ୍ରାମ୍ୟ ନିର୍ମାଣ  ଉପ ବିଭାଜନ  ବିଭାଗର କନିଷ୍ଠ ଯନ୍ତ୍ରୀ ଇଂ ବିଶ୍ବନାଥ ମୁର୍ମୁ(୩୩) ଙ୍କ  ରାଇରଙ୍ଗପୁର  ମହୁଲଡିହାସ୍ଥ ସରକାରୀ ବାସଭବନ ସମ୍ମୁଖରେ ଵାଘୁଆ ମହୁମାଛି ଆକ୍ରମଣରେ ମୃତ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ତିରିଂ ବ୍ଳକ ସେକ୍ସନ ର କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଇଂ ବିଶ୍ବନାଥ ମୁର୍ମୁ ରବିବାର ପୂର୍ବାହ୍ନ ୮.୪୫ ମିନିଟ ପାଖାପାଖି ସମୟରେ ରାଇରଙ୍ଗପୁରସ୍ଥ ନିଜ ସରକାରୀ ବାସଭବନରୁ ତିରିଂ ଅଭିମୁଖେ ନିଜ କାର୍ଯ୍ୟସ୍ଥଳକୁ ଯିବାକୁ ବାହାରିଥିଲେ । ଘର ସମ୍ମୁଖରେ ଥିବା ଏକ ବିଶାଳକାୟ  କୃଷ୍ଣଚୂଡା ଗଛରେ ବହୁ ସଂଖ୍ୟାରେ ବସାବାନ୍ଧି ଥିବା ବାଘୁଆ ମହୁମାଛିମାନେ ତାଙ୍କୁ ହଠାତ୍ ଆକ୍ରମଣ କରିଥିଲେ ।

ସେ  ଅଚେତ ହୋଇ ବାନ୍ତି କରି ପଡ଼ିଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣା ଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ୧୦ ଟା ପାଖାପାଖି ସମୟରେ ପ୍ରାଣବାୟୁ ଉଡି ଯାଇଥିଲା ଏବଂ ଡାକ୍ତର ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁରେ ରାଇରଙ୍ଗପୁର ଡିପ୍ଲୋମା ଇଞ୍ଜିନିୟର ସଂଘର କାର୍ଯ୍ୟକର୍ତ୍ତା ମଧ୍ଯରେ ଶୋକରେ ଛାୟା ଖେଳିଯାଇଛି । ସେ ଜଣେ କର୍ମଠ, ଦାୟିତ୍ଵ ସଂପନ୍ନ ବ୍ୟକ୍ତି,ଅମାୟିକ,ସରଳ,ମିଷ୍ଟଭାଷୀ ବ୍ୟକ୍ତି ଥିଲେ । ଆଗକୁ ନୂଆ ବର୍ଷ ।ନୂଆବର୍ଷ ଅଵ୍ଯହିତପୂର୍ବରୁ ଏଭଳି ଦୁଃଖଦ ଘଟଣା ସମସ୍ତଙ୍କୁ ମର୍ମାହତ କରିଛି । ଆରଡ଼ି ବିଭାଗର ସୁପରିଟେଡେଣ୍ଟ ଇଞ୍ଜିନିୟର,ବିଭାଗୀୟ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଏବଂ ସମସ୍ତ କର୍ମଚାରୀ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ନିଜର ସାଥୀଙ୍କୁ ଶେଷ ଦର୍ଶନ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ  ତାଙ୍କର ଶବ ବ୍ୟବଛେଦ ଓ ଘରକୁ ପଠାଇବା ବ୍ୟବସ୍ଥାରେ ସହଯୋଗ କରିଛନ୍ତି । ତାଙ୍କ ଘର ଉଦଳା ସହର ନିକଟବର୍ତ୍ତୀ ।


ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ଉତ୍ତମ ରାମଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା ।

Leave a Reply

Your email address will not be published. Required fields are marked *