କେନ୍ଦୁଝର ; ତା-୩୦/୧୨(ବିଏମସି ଟିଭି ଓଡ଼ିଆ)
ପାଟଣା ପୋଲିସ ବନ ବିଭାଗ ସହ ମିଶି ଚଢ଼ାଉ କରି ଏକ କଲରାପତରିଆ ବାଘ ଛାଲ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛନ୍ତି। ସୂଚନା ମିଳିଛି କି ଓସ୍ତଯୋଡ଼ି ଗ୍ରାମରେ ଏହି ବାଘ ଛାଲ ବିକ୍ରୀ ଉଦ୍ୟମ ବେଳେ ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଅନ୍ତର୍ଗତ ବସନ୍ତପୁର ଗ୍ରାମର ରାମ ବାନ୍ଦିଆ(୩୩) ସହ ସେହି ଠାକୁରମୁଣ୍ଡା, ଖଡ଼ିପାଳ ଗ୍ରାମର ସାଗର କୁଲାପଡ଼ିଆ କିଣିବାକୁ ଆସିଥିଲା ବେଳେ ଧରା ପଡିଛନ୍ତି।

କେନ୍ଦୁଝର ଏସପି ଓ ଡିଏଫ୍ଓଙ୍କ ଠାରୁ ସୂଚନା ପାଇ ଏହି ଚଢ଼ାଉ ହୋଇ ଥିଲା। ୨ ଜଣଙ୍କୁ ଗିରଫ କରିବା ସହ ବାଘ ଛାଲ ସହ ୨ଟି ମୋବାଇଲ ଜବତ କରା ଯାଇଛି। ଏହି କଥା ଘଟଗାଁ ଏସଡିପିଓ ପ୍ରଭାତ କୁମାର ତ୍ରିପାଠୀ ଏକ ପ୍ରେସ କନେଫରେନ୍ସ କରି ଜଣାଇଛନ୍ତି।

ପାଟଣା ଥାନାର ସବ ଇନ୍ସପେକ୍ଟର ଉଦୟବିର କୁଲୁ ଓ ପାଟଣା ବନାଞ୍ଚଳ ଅଧିକାରୀ ବନ ବିହାରୀ ସର୍ଦ୍ଦାର ଏହି ଚଢ଼ାଉର ନେତୃତ୍ୱ ନେଇ ନିଜ କର୍ମଚାରୀଙ୍କ ସହ ମାଛଗଡ ବିଟ୍ ଅଧୀନ ଓସ୍ତଯୋଡ଼ି ଗ୍ରାମରେ ଏହି ଅପରାଧୀଙ୍କୁ ଧରିଥିଲେ। ତେବେ ବାଘ ଛାଲ ଗ୍ୟାଙ୍ଗର କେତେ ଦୂରକୁ ଲମ୍ବିଛି ଆଉ କିଏ ଏଥିରେ ସାମିଲ ଅଛନ୍ତି ତାହାର ତଦନ୍ତ ଏବେ ଚାଲିଛି। ଏହି ଦୁଇ ତସ୍କରଙ୍କୁ କୋର୍ଟ ଫରୱାର୍ଡ କରାଯାଇଥିବା ଜଣାଯାଇଛି।

କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧି ଦଶରଥ ବାରିକ୍ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।