ଫୁଲବାଣୀ ବିଧାୟକଙ୍କ ଗାଡି ପୋଡି ଥିବା ଅଭିଯୁକ୍ତ ଗିରଫ।

କନ୍ଧମାଳ; ତା-୦୪/୦୧(ବିଏମସି ଟିଭି ଓଡ଼ିଆ)

କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସ୍ଥିତ ସର୍କିଟ ହାଉସରେ କିଛିଦିନ ତଳେ ଗୋଟିଏ ସ୍କୁଟି ଗୋଟିଏ ବାଇକ ପୋଡିବା ସହ ବିଧାୟକ ଙ୍କର ଗାଡି ମଧ୍ୟ ପୋଡିଯାଇଥିଲା । ସେହି ଘଟଣାର ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କନ୍ଧମାଳ ଜିଲ୍ଲା ଆଡିସନାଲ ଏସପି।
ଫୁଲବାଣୀ ସର୍କିଟ ହାଉସ ଠାରେ ତା ୨୬/୧୨/୨୦୨୪ ରିଖ ବିଳମ୍ବିତ ରାତିରେ କେହି ଜଣେ ଦୁର୍ବୁତ୍ତ ସର୍କିଟ ହାଉସ କର୍ମଚାରୀ ଙ୍କର ଗୋଟିଏ ସ୍କୁଟି, ଏବଂ ବିଧାୟକ ଙ୍କର ପିଏସଓଙ୍କର ଗୋଟିଏ ବାଇକ ସମ୍ପୂର୍ଣ୍ଣ ପୋଡି ଦେଇଥିଲା ବେଳେ ସେହି ଗାଡି ଗୁଡିକ ପାଖରେ ବିଧାୟକ ଙ୍କର ମଧ୍ୟ ଗାଡି ଥିଲା।

ସୂଚନା ପ୍ରକାରେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଙ୍କର ଧଳା ରଙ୍ଗର ଇନୋଭା ଗାଡି କିଛି ଅଂଶ ସେହି ନିଆଁ ରେ ପୋଡି ଯାଇଥିଲା । ଏହି ଘଟଣାର ତଦନ୍ତ ନିମନ୍ତେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ହରିସ ବିଶି ଏବଂ ଏସ ଡି ପିଓ ସୁବ୍ରତ କୁମାର ବେହେରା, ଫୁଲବାଣୀ ଟାଉନ ଥାନା ଅଧିକାରୀ କନକ କୁମାର ମାଝୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଥିଲେ। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଏସ ପି ଙ୍କର ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ ଜାରି ରଖିଥିଲେ। ସେହି ସ୍କୁଟି ବାଇକ ଏବଂ ବିଧାୟକ ଙ୍କର ଗାଡି ପୋଡି ଥିବା ଅଭିଯୁକ୍ତ ଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଥିବା ଆଜି ଫୁଲବାଣୀ ଟାଉନ ଥାନାରେ କନ୍ଧମାଳ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ନେହାଶିଷ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ କୁ ସୂଚନା ଦେଇଥିଲେ। ଅଭିଯୁକ୍ତ ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ଫୁଲବାଣୀ ପୋୖର ପରିଷଦ ୱାର୍ଡ ନଂ ୨ ଅଧିନସ୍ଥ ଡାମିଗାଁ ଗ୍ରାମର ମୃତ ଶ୍ରୀବଛ ବେହେରା ଙ୍କର ପୁଅ ସୁଜିତ କୁମାର ବେହେରା । ଅଭିଯୁକ୍ତ ସୁଜିତ ବେହେରା ଫୁଲବାଣୀ କେନ୍ଦୁପତ୍ର ବିଭାଗ ରେ ଜଣେ ଫରେଷ୍ଟର ଭାବେ ଚାକିରୀ କରନ୍ତି। ବାପା ଶ୍ରୀବଛ ବେହେରା ସର୍କିଟ ହାଉସ ରେ ପିଅନ ଭାବେ ଚାକିରୀ କରୁଥିଲେ। ତାଙ୍କୁ ସରକାରୀ କୁୱାଟର ମିଳିଥିଲା। ତାଙ୍କର ମୃତ୍ୟୁ ପରେ ତାଙ୍କ ପତ୍ନୀ ସରସ୍ୱତୀ ବେହେରା ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଯୁକ୍ତି ଦିଆଯାଇଥିଲା।

ବାପା ର ମୃତ୍ୟୁ ପରେ ପୁଅ ସୁଜିତ ସର୍କିଟ ହାଉସ ପରିସରରେ ସର୍ବଦା ମଦ୍ୟପାନ କରି ଗଣ୍ଡଗୋଳ ସୃଷ୍ଟି କରିଥିଲା। ପୁଅର ଅସାମାଜିକ କାର୍ଯ୍ୟ କଳାପ କୁ ନେଇ ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା। ସେହି କାରଣ ରୁ ମାଆ ସରସ୍ୱତୀ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବହିଷ୍କାର କରାଯାଇ ପରବର୍ତ୍ତୀ ସମୟରେ ରହୁଥିବା କୁୱାଟର ରୁ ମଧ୍ୟ ବାହାର କରି ଦିଆଯାଇ ଥିଲା। ଫଳରେ ଅଭିଯୁକ୍ତ ସୁଜିତ ମନରେ ସେହି କାରଣ ରୁ ସର୍କିଟ ହାଉସ କର୍ମଚାରୀ ମାନଙ୍କ ଉପରେ ଅସନ୍ତୋଷର ନିଆଁ କୁହୁଳୁ ଥିଲା । ତାର ପ୍ରତିଶୋଧ ନେବା ପାଇଁ ପୂର୍ବ ଶତ୍ରୁତା ଯୋଗୁଁ ପେଟ୍ରୋଲ ଢାଳି କର୍ମଚାରୀ ଙ୍କର ଗାଡି ପୋଡି ଦେଇଥିଲା ବୋଲି ଅତିରିକ୍ତ ଏସ ପି ଶ୍ରୀ ସାହୁ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। ତତ ସହିତ ବିଧାୟକ ଗାଡି ଡ୍ରାଇଭର ଚନ୍ଦ୍ରମଣି ନାୟକ ଘଟଣା ସମ୍ପର୍କରେ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଟାଉନ ଥାନା ପକ୍ଷରୁ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇ କେସ 293 ଦଫା 324 (5),326(f) ଭାରତୀୟ ନ୍ୟାୟ ସଂହିତା sec – 3 PD PP Act ରୁଜୁ କରାଯାଇଛି। ଅଭିଯୁକ୍ତ ଙ୍କର ନାମ ରେ ପୂର୍ବରୁ ଫୁଲବାଣୀ ଟାଉନ ଥାନାରେ ୫ଟି କେସ ରହିଛି ବୋଲି ଅତିରିକ୍ତ ଏସ ପି ସୂଚନା ଦେଇଥିଲେ। ଉକ୍ତ ସାମ୍ବାଦିକ ସମ୍ମିଳନୀ ସମୟରେ ଏସ ଡି ପି ଓ ସୁବ୍ରତ କୁମାର ବେହେରା ଫୁଲବାଣୀ ଟାଉନ ଥାନା ତତ୍କାଳୀନ ଅଧିକାରୀ କନକ କୁମାର ମାଝୀ ଉପସ୍ଥିତ ଥିଲେ।

କନ୍ଧମାଳ  ରୁ କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *