ଖୋର୍ଦ୍ଧା ; ତା-୦୪/୦୧(ବିଏମସି ଟିଭି ଓଡ଼ିଆ)
ଖୋର୍ଦ୍ଧା କ୍ରିକେଟ ଆସୋସିଏସନ୍ ଏବଂ କ୍ରିକେଟ ଆସୋସିଏସନ୍ ଅଫ ଦି ଡିଷ୍ଟ୍ରିକ୍ଟ ଖୋର୍ଦ୍ଧା ଙ୍କ ମିଳିତ ଆନୁକୁଲ୍ୟରେ ଚଳିତ ବର୍ଷ ର କନିଷ୍ଠ କ୍ରିକେଟ୍ ପ୍ରତିଯୋଗିତା ଜାନୁଆରୀ ଦ୍ଵିତୀୟ ସପ୍ତାହ ରୁ ଆରମ୍ଭ ହେବ।ଏହି କନିଷ୍ଠ କ୍ରିକେଟ୍ ପ୍ରତିଯୋଗିତା ପାଇଁ ନାମ ପଞ୍ଜିକରଣ ନିମନ୍ତେ ଆସନ୍ତା ୯ ଓ ୧୦ ତାରିଖ ଦିନ ଖୋର୍ଦ୍ଧା ବିଜେବି ହାଇସ୍କୁଲ ମିନି ଷ୍ଟାଡିୟମରେ ୧୪ ବର୍ଷ ରୁ ଅଧିକ ଏବଂ ୧୯ ବର୍ଷରୁ କମ୍ ଖେଳାଳି ମାନେ ସେମାନଙ୍କର ନାମ ପଞ୍ଜିକରଣ କରିପାରିବେ।ଇଛୁକ ଖେଳାଳି ମାନେ ସେମାନଙ୍କର ଡିଜିଟାଲ ଜନ୍ମ ପ୍ରମାଣ ପତ୍ର, ଆଧାର କାର୍ଡ, ଫଟୋ,ସ୍କୁଲ ପ୍ରମାଣ ପତ୍ର ସହ ଉପସ୍ଥିତ ରହିବା ପାଇଁ ଜିଲ୍ଲା କ୍ରିକେଟ ସଂଘର ସମ୍ପାଦକ ବିକାଶ ପ୍ରଧାନ ପ୍ରକାଶ କରିଛନ୍ତି।ଖୋର୍ଦ୍ଧାର ସମସ୍ତ କନିଷ୍ଠ ଖେଳାଳି ମାନେ ଏହାଦ୍ବାରା ଉପକୃତ ହେବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ।
ଖୋର୍ଦ୍ଧା ରୁ ଜିଲ୍ଲା ପ୍ରତିନିଧି ରାଜେଶ ଚନ୍ଦ୍ର ମହାନ୍ତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।