ଖୋର୍ଦ୍ଧା ; ତା-୦୪/୦୧(ବିଏମସି ଟିଭି ଓଡ଼ିଆ)
ଓଡ଼ିଶା ରାଜ୍ୟ ପର୍ଯ୍ୟଟନ ବିଭାଗର ଅତିଥି ପର୍ଯ୍ୟଟକ ମାନଙ୍କୁ ବିଶେଷ ଭାବରେ ଆକୃଷ୍ଟ କରିବା ସହିତ ଚିଲିକାରେ ସେମାନଙ୍କର ନିରାପଦ ଜଳଯାତ୍ରା ପାଇଁ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ “ସମୁଦ୍ରା” ନାମକ ବୋଟକୁ ବଡ଼କୁଳ ପାନ୍ଥନିବାସ ଠାରେ ଉଦଘାଟିତ କରିଛନ୍ତି ।

ଏହି ଅବସରରେ ସ୍ଥାନୀୟ ବିଧାୟକ ତଥା ମାନ୍ୟବର ମନ୍ତ୍ରୀ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା, ଏସ. ପି ସାଗରୀକା ନାଥ , ଓ. ଟି. ଡି. ସି
ଜି. ଏମ. ଡ଼ଃ.ଲଲାଟେନ୍ଦୁ ସାହୁ, ଚିଲିକା ବି. ଡି. ଓ ହଳଧର ଶବର , ଚିଲିକା ତହସିଲଦାର କାହ୍ନୁ ଚରଣ ଘଡେ଼ଇ ,ଚିଲିକା ବ୍ଲକ୍ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ବେହେରା, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଓ ସରକାରୀ ଅଧିକାରୀ ଏବଂ ବହୁ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ଉପସ୍ଥିରେ ଏହି କାର୍ଯ୍ୟକ୍ରମ ଉଦଘାଟିତ ହୋଇଥିଲା ।

ପରେ ଉପମୁଖ୍ୟମନ୍ତ୍ରୀ ଓ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀଙ୍କ ସମେତ ବାଣପୁର ବ୍ଲକ ଅଧ୍ୟକ୍ଷ , ଚିଲକା ବ୍ଲକ ଅଧ୍ୟକ୍ଷାଙ୍କ ସମେତ କିଛି ସ୍ଥାନୀୟ ନେତୃତ୍ୱ ଓ ସରକାରୀ ଅଧିକାରୀ ମାନେ ଚିଲିକା ହ୍ରଦରେ ଜଳଯାତ୍ରା କରି ଏହାର ଆନଂଦ ଉପଭୋଗ କରିଥିଲେ ।

ଏହି ନୂତନ ବୋଟ ଶୀତତାପ ନିୟନ୍ତ୍ରିତ ହୋଇଥିବା ବେଳେ ଏଥିରେ ଆଲୋକ ଏବଂ ସାଉଣ୍ଡ ସହିତ ଜୀବନ ରକ୍ଷାକାରୀ ନିରାପତ୍ତା ଜ୍ୟାକେଟ ସାଙ୍ଗକୁ ସ୍ନାକ୍ସର ମଧ୍ୟ ବ୍ୟବସ୍ଥା ଉପଲବ୍ଧ ରହିଛି । ପର୍ଯ୍ୟଟକ ମାନେ ଏଥିରେ
ଚିଲିକା ଜଳରାଶିରେ ମା କାଳୀଜାଈ ଓ ଚିଲିକାରେ ଥିବା
ଅନେକ ପର୍ଯ୍ୟଟନ ସ୍ଥଳୀ ବୁଲି ବହୁତ୍ ମଜା ନେଇପାରିବେ।

ଏହି ପର୍ଯଟନ ଋତୁରେ ପର୍ଯ୍ୟଟକ ମାନଙ୍କ ପାଇଁ ବୋଟରେ ବସି ପକ୍ଷୀ ମାନଙ୍କର ଓ ଡ଼ଲଫିନର ଦୃଶ୍ୟ ବେଶ୍ ମନମୁଗ୍ଧକର ହୋଇପାରିବ ବୋଲି ଉଭୟ ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ପାନ୍ଥନିବାସ ପରିଚାଳକ ସବ୍ୟସାଚୀ କର ଏବଂ ଓଟିଡିସି କର୍ମଚାରୀ ମାନଙ୍କର ଉଦ୍ୟମରେ ଉଦଘାଟନୀ ଉତ୍ସବ ବହୁତ ସରସ ସୁନ୍ଦର ହୋଇପାରିଥିଲା।

ଖୋର୍ଦ୍ଧା ରୁ ଜିଲ୍ଲା ପ୍ରତିନିଧି ରାଜେଶ ଚନ୍ଦ୍ର ମହାନ୍ତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।