ୱାଇ.ସି.ସି ଚାମ୍ପିଅନ ଟ୍ରଫି,ଫାଇନାଲରେ ବାଲିସାହି ବିଜୟ।

ନୟାଗଡ ;ତା-୦୫/୦୧(ବିଏମସି ଟିଭି ଓଡ଼ିଆ)

ଦଶପଲ୍ଲା ବ୍ଲକ ଟାକରା ଗ୍ରାମ ପଞ୍ଚାୟତରେ ଥିବା ଅଗ୍ରଣୀ ଯୁବ ଅନୁଷ୍ଠାନ ୟୁଥ୍ ୟୁନାଇଟେଡ଼ କ୍ଲବର ଆୟୋଜନରେ ଗତ ୩୦ ତାରିଖରୁ ଆରମ୍ଭ ହୋଇଥିବା ୨୨ତମ ୱାଇ. ସି.ସି ଚାମ୍ପିଅନ ଟ୍ରଫିର ଫାଇନାଲ ଦିନରେ ମର୍ଦାବାଡ଼ି କ୍ରିକେଟ ଦଳ ସହିତ ବାଲିସାହି କ୍ରିକେଟ ଦଳର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ପ୍ରଥମେ ଟଚଜିତି ମର୍ଦାବାଡ଼ି ଦଳ ବ୍ୟାଟିଂ କରିଥିଲା ସେ ୧୩ ଓଭରରେ ସମସ୍ତ ୱିକେଟ ହରାଇ ୯୧ ରନ ହାସଲ କରିଥିବାବେଳେ ପ୍ରତିପକ୍ଷ ଦଳ ବାଲିସାହି କ୍ରିକେଟ ଟିମ୍ ସମୁଦାୟ ୧୪ ଓଭର ୨ ବଲ ଖେଳି ୪ ୱିକେଟ ହରାଇ ବିଜୟ ହାସଲ କରିଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଦଶପଲ୍ଲା ବ୍ଲକର ଦୃଢ଼ ସଂଗଠକ ଉପେନ୍ଦ୍ର କୁମାର ସାହୁ , ଟାକରା ଗ୍ରାମ ପଞ୍ଚାୟତ ସରପଞ୍ଚ ମଦନ ଜାନୀ, ସମିତିସଭ୍ୟ ପ୍ରଶାନ୍ତ କୁମାର ଦଳବେହେରା,ୟୁଥ୍ ୟୁନାଇଟେଡ କ୍ଳବର ସଭାପତି ପ୍ରକାଶ ରଞ୍ଜନ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ରହି ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ ।ପରେ ୱାଇ. ସିସି ଚାମ୍ପିଅନ ଟ୍ରଫି ଓ ରନର ଟ୍ରଫି ପ୍ରଦାନ କରିଥିଲେ ।ତତ୍ ସହିତ ୟୁଥ୍ ୟୁନାଇଟେଡ କ୍ଲବର ପ୍ରତିଷ୍ଠାତା ସଦସ୍ୟ ଦୀନବନ୍ଧୁ ଆଚାର୍ଯ୍ୟ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦିନବନ୍ଧୁ ଆଚାର୍ଯ୍ୟ ମେମୋରିଆଲ ୱାଇ. ସି.ସି ଚମ୍ପିୟାନ ଟ୍ରଫି ୨୦୨୪-୨୫ ମ୍ୟାନ ଅଫ ଦି ସିରିଜ ମଧ୍ୟ ପ୍ରଦାନ କରାଯାଇଥିଲା ।ଫାଇନାଲ ମ୍ୟାଚକୁ ଅନିଲ କୁମାର ପରିଡ଼ା ଓ ସମ୍ବିତ ଭଟ୍ଟ ପରିଚାଳନା କରିଥିବା ବେଳେ ନିର୍ମଳ ଚନ୍ଦ୍ର ବାରିକ,ବାସୁଦେବ ସାହୁ,ରଞ୍ଜନ ପରିଡ଼ା,ବନମାଳୀ ସାହୁ ପ୍ରମୁଖ ସହଯୋଗ କରିଥିଲେ ।


ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *