ଆଦର୍ଶ ବିଦ୍ୟାଳୟ ପାଇ ପ୍ରବେଶିକା ପରୀକ୍ଷା ଦେଲେ ଛାତ୍ରଛାତ୍ରୀ।

ନୟାଗଡ ; ତା-୦୭/୦୧(ବିଏମସି ଟିଭି ଓଡ଼ିଆ)

ନୟାଗଡ ଜ଼ିଲ୍ଲା ଗଣିଆରେ ଥିବା କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଦର୍ଶ ବିଦ୍ୟାଳୟ ର ପ୍ରବେଶିକା ପରୀକ୍ଷା ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇ ଯାଇଛି । ଗଣିଆ ବ୍ଲକ ର ୮ଗୋଟି ପଂଚାୟତ ର ପ୍ରାୟ ୨୧୦ଜଣ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ ।

୨୧୭ ଜଣ ପରୀକ୍ଷର୍ଥୀ ପୂର୍ବରୁ ଆବେଦନ କରିଥିବା ବେଳେ ୭ଜଣ ଅନୁପସ୍ଥିତ ଥିଲେ ବୋଲି ଜଣାଇଥିଲେ ବ୍ଲକ ଶିକ୍ଷା ଅଧିକାରୀ ରବୀନ୍ଦ୍ର ନାଥ ରାଉତରାୟ । ରାଉତରାୟ ପରୀକ୍ଷା କେନ୍ଦ୍ର ରେ ଉପସ୍ଥିତ ରହି ସୁଚାରୁ ରୂପେ ସମ୍ପାଦନ କରିଥିବା ବେଳେ କିଶୋର ଚନ୍ଦ୍ର ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ନିହାର ବାଳା ରାଉତ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *