ସମ୍ବଲପୁର ;ତା-୦୮/୦୧(ବିଏମସି ଟିଭି ଓଡିଆ)
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର ବକ୍ସମା ଉଚ୍ଚ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସଦାନନ୍ଦ ପରିଡ଼ାଙ୍କ ସଭାପତିତ୍ୱରେ ପ୍ରତିଭା ବିକାଶ ଅଭିଯାନର ପ୍ରତିଭା ସମ୍ମାନ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିକ୍ଷାବିତ୍ ତଥା ସମାଜସେବୀ ସୁବାସ ଚନ୍ଦ୍ର ନାୟକ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ସେ ତାଙ୍କ ଭାଷଣରେ ଛାତ୍ରଛାତ୍ରୀ ନିଜ ଭିତରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବ ରଖିବା ସହ ନିଜର ପ୍ରତିଦ୍ୱନ୍ଦି ଭାବରେ ନିଜକୁ ହିଁ ଉପସ୍ଥାପନା କରିବାକୁ ଆହ୍ବାନ ଦେଇଥିଲେ । ଏଥିରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପଞ୍ଚାନନ ପରିଡ଼ା ମୁଖ୍ୟବକ୍ତା ଭାବରେ ଯୋଗଦେଇ ଏହିପରି କାର୍ଯ୍ୟକ୍ରମ ଗୁଡ଼ିକର ଉଚ୍ଚ ପ୍ରଶଂସା କରିଥିଲେ ।

ସଭା ପ୍ରାରମ୍ଭରେ ଅତିଥିଗଣ ମହାତ୍ମା ଗାନ୍ଧୀ ଓ ଡ଼.ଏପିଜେ ଅବଦୁଲ କଲାମଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ । ସ୍କୁଲର ହିନ୍ଦୀ ଶିକ୍ଷକ ରାଜକିଶୋର ପଣ୍ଡା ସ୍ଵାଗତ ସମ୍ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଭିଯାନର ସଂଯୋଜକ ରମେଶ କିସାନ ଅନୁଷ୍ଠାନର ବିବରଣୀ ପାଠ କରିଥିଲେ ।ଶେଷରେ ପ୍ରଧାନ ଶିକ୍ଷକ ବ୍ରଜ ମୋହନ ରଣା ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଜାତୀୟ ସଙ୍ଗୀତ ଗାନ ସହ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଥିଲା । ପୂର୍ବରୁ ଆୟୋଜିତ ସାଧାରଣ ଜ୍ଞାନ ଓ ଗଳ୍ପ ଲିଖନ ଆଦି ପ୍ରତିଯୋଗିତା ରେ ସୁନୟନା ଦେହୁରୀ ଚାମ୍ପିଅନ ହୋଇଥିବାରୁ ସ୍ଵତନ୍ତ୍ର ଭାବେ ସମ୍ବର୍ଦ୍ଧନା ଦିଆ ଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ କୈଳାସ ଚନ୍ଦ୍ର ସାହୁ ଓ ଲକିନ୍ଦ୍ର ବାଗ ସହଯୋଗ କରିଥିଲେ।

ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।