ତିନି ଜଣ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଟିପିଡ଼ବ୍ଲୁଓଡ଼ିଏଲ୍‌ ଅଧିକାରୀଙ୍କ ଆକ୍ରମଣ ଅଭିଯୋଗ ।

ବଲାଙ୍ଗୀର ;ତା-୦୯/୦୧(ବିଏମସି ଟିଭି ଓଡ଼ିଆ)

ତିନି ଜଣ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଟିପିଡ଼ବ୍ଲୁଓଡ଼ିଏଲ୍‌ ଅଧିକାରୀଙ୍କ ଆକ୍ରମଣ କରିଥିବା ସୂଚନା ମିଳିଛି । ସୂଚନା ଗତ ଯେ, ବୁଧବାର ଅପରାହ୍ନରେ ଟିଟିଲାଗଡ଼ ବ୍ଲକ ସାଲେଡିଗିରି ଗ୍ରାମର ଜଣେ ବ୍ୟକ୍ତିଙ୍କ ନିଜ ଘର ବନାଉଥିବା ବେଳେ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ । ଏ ବିଷୟରେ ବିଦ୍ୟୁତ ବିଭାଗର ଅଧିକାରୀଙ୍କୁ ପଚାରିବାକୁ ଅଫିସକୁ ଯିବା ସମୟରେ ବିଦ୍ୟୁତ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଖୋଲାନ ନଦୀ ପାଖ ଆମ୍ବ ବଗିଚାରେ ଭୋଜି ଆସର ଜମି ଥିବା ଦେଖିବାକୁ ମିଳିଥିଲା । ଘଟଣା ସମ୍ପର୍କରେ କିଛି ପଚାରିବା ପୂର୍ବରୁ କଣ୍ଟାବାଞ୍ଜି ଏସ୍‌ଡିଓ ଜଗନ୍ନାଥ ପତି ସାମ୍ୱାଦିକ ସଞ୍ଜୟ କୁମାର ବେହେରା, ଓଟିଭି ସାମ୍ୱାଦିକ ଅଭିନାଶ ନନ୍ଦ, ସାମ୍ୱାଦିକ ତରୁଣ ବେହେରାଙ୍କୁ ଅତର୍କିତ ଆକ୍ରମଣ କରି ଥିବା ଭିଡ଼ିଓ ହସ୍ତଗତ ହୋଇଛି । ଯେଉଁଥିରେ ଅମାନୁଷିକ ଭାବରେ ସାମ୍ୱାଦିକମାନଙ୍କୁ ମାରିବାକୁ ପଛାଇ ନଥିବା ଦେଖିବାକୁ ମିଳିଛି । ବୁଧବାର ଦିନ କୌଣସି ଛୁଟି ନଥିବା ବେଳେ କେଉଁ ଉଦ୍ଦେଶ୍ୟରେ ଭୋଜି ଆସର ଜମିଥିଲା ଟିପିଡ଼ବ୍ଲୁଓଡ଼ିଏଲ୍‌ର ଇ.ଇ ବିନାୟକ ରାଉତଙ୍କୁ ପଚାରିବାରୁ ସେ ଏ ବିଷୟରେ କିଛି ଜାଣିନି ବୋଲି କହିବା ସହ ମୁଁ ବୁଝିକି କହିବି ବୋଲି କହିଥିଲେ । ଏ ନେଇ ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଟିପିଡ଼ବ୍ଲୁଓଡ଼ିଏଲ୍‌ ଅଧିକାରୀ ଓ ଅନ୍ୟ କର୍ମଚାରୀମାନଙ୍କୁ ଥାନାକୁ ଆଣି ପଚରା ଉଚରା ଜାରି ରହିଛି । ଏ ନେଇ ଜିଲ୍ଲା ସାମ୍ୱାଦିକ ସଙ୍ଘର ସଭାପତି ଶିବ ପରିଡା, ସାମ୍ୱାଦିକ ମାନସ ମହାନ୍ତି, ଦିଲ୍ଲୀପ ନାଏକ,ଅଶୋକ ତ୍ରିପାଠୀ, ଶରତ ମିଶ୍ର, ସଞ୍ଜୟ ନାୟକ, ଜିତୁ ସାହୁ, ସନ୍ତୋଷ ପଟ୍ଟନାୟକ, ପ୍ରଦୀପ ସାହୁ, ଭବାନୀ ଷଡ଼ଙ୍ଗୀ, ଦୀପକ ସମାଦ୍ଦାର୍ର,ସନ୍ତୋଷ କୁମାର ନାୟକ ସୁଧିର ଦାସ ତଥା ଅନ୍ୟାନ୍ୟ ସାମ୍ୱାଦିକମାନେ ଥାନାର ଦ୍ୱାରସ୍ଥ ହେବା ସହ ଆଇନ ଅନୁଯାୟୀ ଦଣ୍ଡ ଦେବାକୁ ଦାବି କରିଛନ୍ତି ।

ବଲାଙ୍ଗୀର ରୁ ସନ୍ତୋଷ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *