ଭାରସାମ୍ୟ ହରାଇ ଗଛରେ ପିଟିହେଲା ପିକ ଅପ ଭ୍ୟାନ।

ନୟାଗଡ ; ତା-୦୮/୦୧(ବିଏମସି ଟିଭି ଓଡ଼ିଆ)

ନୟାଗଡ ଜିଲ୍ଲା ଓଡଗାଁ ରୁ ଚକୋଲେଟ ବୋଝେଇ ପିକ ଅପ ଭ୍ୟାନ ଆଜି ଏନ ଏ ସି ଅନ୍ତର୍ଗତ ତ୍ରିନାଥ ଛକ ନିକଟସ୍ଥ କିରୋସିନ ଟାଙ୍କି ସମ୍ମୁଖରେ ଦୁର୍ଘଟଣା ଘଟିଛି । ସୂଚନା ମୁତାବକ ରଞ୍ଜନ ବେହେରା ବୟସ ୩୬ ଗ୍ରାମ -ଗିରିଡି ପଲି ଓ ସୁଶାନ୍ତ ନାୟକ ବୟସ ୨୪ ଗ୍ରାମ -ରଙ୍ଗେଈ ପାଟଣା ଦୁଇ ଜଣ ଏକ ପିକ ଅପ ଭ୍ୟାନ ରେ ଓଡଗାଁ ରୁ ଚକୋଲେଟ ବୋଝେଇ କରି ଦଶପଲ୍ଲା ସାତପାଟଣା ଅଭିମୁଖେ ଆସୁଥିଲେ। ମାତ୍ର ଗାଡିଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା। ତେବେ ଘଟଣା ସ୍ଥଳରେ ୧୦୮ ଆମ୍ବୁଲାନ୍ସ ପହଂଚି ଦୁଇଜଣ ଆହତ ଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲା। ଗାଡିର ସମ୍ମୁଖ ଭାଗ ନଷ୍ଟ ହୋଇଥିବା ବେଳେ ଚାଳକ ଏବଂ ହେଲପର ର ବିଶେଷ କ୍ଷତାହତ ହୋଇ ନ ଥିବା ଜଣାପଡିଛି।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *