ଗଛରେ ପିଟି ହୋଇ ଜୀବନ ଗଲl

କନ୍ଧମାଳ ; ତା-୦୯/୦୧(ବିଏମସି ଟିଭି ଓଡ଼ିଆ)

କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ କୁର୍ତମଗଡ ପଂଚାୟତ ଟୋଲଗେଟ ସମ୍ମୁଖରେ ଘଟିଛି ସଡକ ଦୁର୍ଘଟଣା । ଘଟଣା ରୁ ପ୍ରକାଶ ଯେ ବିଳମ୍ବିତ ରାତିରେ ୟାମା ଆର ୱାନ ଫାଇବ୍ ମୋଟର ସାଇକଲ ନମ୍ବର ଓଡ଼ି ୦୮ଏନ ୨୭୮୫ଯୋଗେ ପରମପାଙ୍ଗା ପଂଚାୟତ ଇର୍ପିଗୁଡା ଗ୍ରାମର ଲୋକନାଥ ମଳିକଙ୍କ ପୁଅ ଦୀପକ ମଳିକ ବୟସ ପ୍ରାୟ ୨୦ ବର୍ଷ। କୁର୍ତମଗଡ଼ରୁ ପରମପାଙ୍ଗା ଅଭିମୁଖେ ଅତି କ୍ଷିପ୍ର ଗତିରେ ଗାଡି ଚଲେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ଟୋଲଗେଟରୁ ପ୍ରାୟ ୧୫୦ ମିଟର ଦୁର ରାସ୍ତା ପାର୍ଶ୍ୱରେ ଥିବା ଗଛରେ ପିଟି ହୋଇ ପ୍ରାଣ ହରାଇଛନ୍ତି।ସକାଳୁ ସକାଳୁ କିଛି ଲୋକ ଏହା ଦେଖି କୁର୍ତମଗଡ଼ ଯୁବକ ମାନଙ୍କୁ ଜଣାଇଥିଲେ । ଯୁବକ ମାନେ ରୋହନ ନନ୍ଦ, ପିଙ୍କୁ ନନ୍ଦ, ତୋଫାନ ନାୟକ, ସିମନ୍ତ ମାଝୀ, କୃଷ୍ଣ ଚନ୍ଦ୍ର ସାହୁ ଓ ଅନ୍ୟ ମାନେ ପୋଲିସକୁ ଖବର ଦେଇ ଆମ୍ବୁଲାନ୍ସ ଯୋଗେ ତୁମୁଡିବନ୍ଧ ମେଡିକାଲକୁ ପଠାଇଥିଲେ । ଖବର ପାଇ ମୃତ ଯୁବକଙ୍କ ପରିବାର ଓ ସମ୍ପର୍କୀୟ ମାନେ ତୁମୁଡିବନ୍ଧ ମେଡିକାଲ ରେ ପହଂଚି ପୋଲିସ ଙ୍କ ଉପସ୍ଥିତିରେ ଶବ ବ୍ୟବଛେଦ ପରେ ନିଜ ଗ୍ରାମକୁ ଆଣି ସମାଧି କାର୍ଯ୍ୟ ରାତି ସୁଦ୍ଧା ସମାପନ କରିବା ଖବର ମିଳିଛି।

କନ୍ଧମାଳ ରୁ ଅଜିତ୍ କୁମାର ଦିଘାଲ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *