ପୂର୍ବତନ ସମିତିସଭ୍ୟଙ୍କ ମା’ଙ୍କର ପରଲୋକ ।

ନରସିଂହପୁର ; ତା-୧୦/୦୧ (ବିଏମସି ଟିଭି ଓଡ଼ିଆ)

କାନପୁର ଥାନା ଅନ୍ତର୍ଗତ ଏକଡାଳ ଗ୍ରାମର ପୂର୍ବତନ ସମିତିସଭ୍ୟ ରମେଶ ଚନ୍ଦ୍ର ମହାରଣାଙ୍କ ମାଆ ଅହଲ୍ୟା ମହାରଣା ବୟସ (୮୦) ଙ୍କ ପରଲୋକ ଘଟିଛି । ତାଙ୍କ ଦେହ ଅସୁସ୍ଥ ହେବାରୁ ଡାକ୍ତରଖାନା କୁ ନେଇଥିଲେ କିଛି ଦିନ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । 

ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ଏହି ଅବସରରେ ନରସିଂହପୁରର ଜିଲ୍ଲା ପରିଷଦ ସଭାପତି କିଶୋର ଚନ୍ଦ୍ର ମିଶ୍ର ଓ  ଜିଲ୍ଲା ପରିଷଦ ସଭ୍ୟ ଅଜୟ କୁମାର ପଣ୍ଡା , ପଞ୍ଚାୟତ ସମିତି ଉପାଧକ୍ଷ ନାରାୟଣ ନାୟକ, ସରୋଜ ରଣା, ପଦମାଳ ସରପଞ୍ଚ ରାଜ କିଶୋର ରାଉତ, ପ୍ରଭାକର ବେହେରା ଓ ସମାଜ ସେବି ସୁନୀଲ କୁମାର ହୋତା ଙ୍କ ସମେତ ସମସ୍ତ ଗ୍ରାମ ବାସି ତାଙ୍କ ଅମର ଆତ୍ମ ର ସଦଗତି କାମନା କରିଥିଲେ।

ନରସିଂହପୁର ରୁ ବିଶ୍ବନାଥ ଜେନାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡିଶା  ।

Leave a Reply

Your email address will not be published. Required fields are marked *