ସମ୍ବଲପୁର ; ତା.୧୦/୦୧ ( ବିଏମସି ଟିଭି ଓଡିଆ)
ଝାରସୁଗୁଡ଼ା ଜିଲ୍ଲା ଲଇକେରା ଓ କିର୍ମିରା ବ୍ଲକ ମଧ୍ୟବର୍ତ୍ତି ଅଞ୍ଚଳ ଦେବାଡିହି ରେଞ୍ଜ୍ର ଅନ୍ଧାରୀ ଯାତ୍ରା ମୁଖ୍ୟାଞ୍ଚଳ କାହାଛୁଆଁ ଠାରେ ସମ୍ବଲପୁରର ବିଶିଷ୍ଟ ସମାଜସେବୀ ମୁକ୍ତକଣ୍ଠ ପଧାନଙ୍କ ସଭାପତିରେ ‘ଶ୍ରୁତି’ ଅନୁଷ୍ଠାନ ପକ୍ଷରୁ ପରିବେଶ ସମ୍ବନ୍ଧୀୟ ସଚେତନତା ସଭା ‘ସ୍ୱଚ୍ଛତା ହିଁ ସେବା’ ଶୀର୍ଷକରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ବିଶିଷ୍ଟ ପରିବେଶବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରକୃତିର ସଂରକ୍ଷଣ ବିନା ଆଧ୍ୟାତ୍ମିକତା ଅସମ୍ପୂର୍ଣ୍ଣ ବୋଲି କହିଥିଲେ । ସେଥିପାଇଁ ପ୍ରକୃତି ସଂରକ୍ଷଣ ସକାଶେ ଆରମ୍ଭ ହୋଇଥିବା ଅନ୍ଧାରୀଯାତ୍ରାକୁ ଆଗାମୀ ବର୍ଷ ସଂପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ କରିବାକୁ ଆହ୍ବାନ ଦେଇଥିଲେ । ବାଗଡିହି ରେଞ୍ଜ୍ର ରେଞ୍ଜର ପ୍ରଦୀପ ନାୟକ ମୁଖ୍ୟବକ୍ତା ଭାବରେ ଯୋଗଦେଇ ପ୍ଲାଷ୍ଟିକ ବ୍ୟବହାର ର ଅପକରିତା ସମ୍ପର୍କରେ ବୁଝାଇବା ସହ ଆସନ୍ତା ବର୍ଷ ଯାତ୍ରାକୁ ଯଥା ସାଧ୍ୟ ପ୍ଲାଷ୍ଟିକ ମୁକ୍ତ କରିବାକୁ ଆହ୍ବାନ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁର ବିଇଡି କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷା ଡ଼.ନିରୁପମା ବଡ଼ପଣ୍ଡା, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅନୁପମା ପୁରୋହିତ ଓ ବନପାଳ ମୁରାରୀ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ନିଜ ଜୀବନ ଚର୍ଯ୍ୟା ଭିତରେ ପ୍ଲାଷ୍ଟିକର କମ ବ୍ୟବହାର କରିବାକୁ ଆହ୍ବାନ ଦେଇ ଅନୁରୂପ ଭାବରେ ଅନ୍ଧାରୀ ଯାତ୍ରା କରିବାକୁ ପରାମର୍ଶ ଦେଇଥିଲେ । ଅତିଥି ଗଣ ସ୍ବର୍ଗତ ପ୍ରଫେସର ଧୃବରାଜ୍ ନାୟକ ଓ ଇଞ୍ଜିନିୟର ସୁବ୍ରତ ନାୟକଙ୍କ ସ୍ବପ୍ନ ପ୍ରକୃତି ସଂରକ୍ଷଣ ପାଇଁ ସମସ୍ତ କାର୍ଯ୍ୟ କରିବା ବୋଲି ମହିଳା ଓ ଯୁବ ପ୍ରତିନିଧି ସରୋଜିନୀ ପଟେଲ, ତପସ୍ଵିନୀ ରଣା, ବିନତି ବାଗ, କାମିନୀ କିସାନ, ଦୁଲେଶ୍ୱରି ବାଗ ପ୍ରମୁଖ ଙ୍କ ନେତୃତ୍ୱରେ ଉପସ୍ଥିତ ସଂକଳ୍ପ ନେଇଥିଲେ ।ପ୍ରାରମ୍ଭରେ ‘ଶ୍ରୁତି’ ର ସମ୍ପାଦକ ସଞ୍ଜୀବ କୁମାର ପୁରୋହିତଙ୍କ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହ ସଭାକୁ ସଂଯୋଜନା ମଧ୍ୟ କରିଥିଲେ । ଶେଷରେ ରବୀନ୍ଦ୍ର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ । ସଭାପରେ ସେହି ସ୍ଥାନର କିଛି ଅଞ୍ଚଳର ପ୍ଲାଷ୍ଟିକ ଗୁଡ଼ିକୁ ସଂଗ୍ରହ କରି ନଷ୍ଟ କରାଯାଇଥିଲା । ପ୍ରାରମ୍ଭରେ ଅତିଥିଗଣ ମାଆ ଅନ୍ଧାରୀ ଙ୍କ ସମ୍ମୁଖରେ ଦୀପଦାନ ସହ ପୂଜା ଅର୍ଚ୍ଚନା କରିଥିଲେ ।

ସମ୍ବଲପୁରରୁ ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।