ନରସିଂହପୁର ;ତା-୧୦/୦୧(ବିଏମସି ଟିଭି ଓଡ଼ିଆ)
ଆଜି ସନ୍ଧ୍ୟା ସମୟ ନରସିଂହପୁର ବ୍ଲକ ଅନ୍ତର୍ଗତ ବାଲିଝରୀ ଗ୍ରାମ ପଲେଇ ତୋଟା ସାହିର କାହ୍ନୁ ଚରଣ ଖଟୁଆ ସନ୍ଧ୍ୟା ସମୟ ରେ ନିଜର ବେପାର ନିମନ୍ତେ ବଜାର କୁ ଗୁପଚୁପ ବିକ୍ରି କରିବା ପାଇଁ ଆସିଥିଲେ ଏହି ସମୟ ରେ ଶୁଣିବାକୁ ପାଇଲେ ତାଙ୍କ ଘରେ ଅଗ୍ନିକାଣ୍ଡ ଲାଗିଛି । ବିଦ୍ୟୁତ୍ ସଟ୍ ସର୍କିଟ ଯୋଗୁ ତାଙ୍କ ଘରେ ଅଗ୍ନିକାଣ୍ଡ ହୋଇଥିଲା । ଖବର ପାଇ ନିଆଁ କୁ ଆୟତ୍ତ କରିବା ପାଇଁ ବାଲିଝରୀ ଅଗ୍ନିଶମ ବାହିନୀ ଆସି ନିଆଁ କୁ ଆୟତ୍ତ କରିଥିଲା । ଦେଖିବାକୁ ଗଲେ କାହ୍ନୁ ଚରଣ ଖଟୁଆ ଜଣେ ଦିନ ମଜୁରିଆ। ନିଜର ଘର ଖଣ୍ଡେ ବୋଲି ବି ନାହିଁ । ଆଗକୁ ବଡ଼ମ୍ବା ସିଂହନାଥ ମକର ଯାତ୍ରା ଥିବା କାରଣ ରୁ ବେପାର ନିମନ୍ତେ କରଜ କରି କିଛି ଟଙ୍କା ଆଣିଥିଲେ ।

ଆଜିର ଅଗ୍ନିକାଣ୍ଡ ରେ ଦେଖିବାକୁ ନଗଦ ଏକ ଲକ୍ଷ ଟଙ୍କା , ସୁନା ଗହଣା , ଫ୍ରିଜ, କୁଲର ,ଟିଭି , ଜରୁରୀ ପ୍ରମାଣ ପତ୍ର , ଆସବା ପତ୍ର ସବୁ ଅଗ୍ନିକାଣ୍ଡ ରେ ଭସ୍ମୀଭୂତ ହୋଇଯାଇଛି । ଦୁଃଖ ରେ ଭାଙ୍ଗି ପଡିଛନ୍ତି କାହ୍ନୁ ଚରଣ ଖଟୁଆ ଙ୍କ ପରିବାର ଲୋକ । ଖବର ପାଇ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ସଞ୍ଜୟ କୁମାର ନାୟକ ଏବଂ ସମିତି ସଭ୍ୟ ମହେଶ୍ଵର ସେଠୀ ସେହି ସ୍ଥାନ ରେ ପହଞ୍ଚି ତାଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏପଟେ ସାଧାରଣ ଜନତା ନିବେଦନ କରିଛନ୍ତି ତାଙ୍କ ପରିବାର ଲୋକ ଙ୍କୁ ପ୍ରଶାସନ ତରଫରୁ ଯଥାଶୀଘ୍ର ସହାୟତା ପ୍ରଦାନ କରାଯାଉ ।

ନରସିଂହପୁର ରୁ ବିଶ୍ବନାଥ ଜେନା ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।