ପ୍ରଥମ ସେମି ଫାଇନାଲ ରେ ମଣିପୁର ବିଜୟୀ।

ନୟାଗଡ ; ତା-୧୧/୦୧(ବିଏମସି ଟିଭି ଓଡ଼ିଆ)

ଦଶପଲ୍ଲା ଏନ ଏ ସି ଅନ୍ତର୍ଗତ ଗାନ୍ଧୀ ମଇଦାନ ଠାରେ ୨୫ତମ ସର୍ବ ଭାରତୀୟ ଦଶପଲ୍ଲା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ସ୍ପୋଟିଭ ସ୍ପୋର୍ଟ୍ସ ସୋସାଇଟି ଆନୁକୂଲ୍ୟରେ ଅନୁଷ୍ଠିତ ହେଉଅଛି। ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ର ପ୍ରଥମ ସେମି ଫାଇନାଲ ମ୍ୟାଚ ର ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଦଶପଲ୍ଲା ଅତିରିକ୍ତ ବ୍ଲକ ଅଧିକାରୀ ସାରଦା ପ୍ରସନ୍ନ ମହାନ୍ତି, ବ୍ଲକ

ଶିକ୍ଷାଧିକାରୀ ଭକ୍ତ ବିନୋଦ ସଲ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସୋସାଇଟି ର ସଭାପତି କୁଞ୍ଜବିହାରୀ ମିଶ୍ର, କାର୍ଯ୍ୟକାରୀ ସଭାପତି ଦିଲ୍ଲୀପ କୁମାର ପଣ୍ଡା,ସମ୍ପାଦକ ଭବାନୀ ପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମ ସେମି ଫାଇନାଲ ର ଖେଳ ବେଶ ଚିତାକର୍ଷକ ହୋଇଥିବା ବେଳେ ମଣିପୁର ୭-୬ ଗୋଲ ରେ କୋଲକାତା କୁ ହରାଇ ଫାଇନାଲ କୁ ପ୍ରବେଶ କରିଛି। ହଜାର ହଜାର ଦର୍ଶକ ଖେଳକୁ ଉପଭୋଗ କରିଥିଲେ। ସୂଚନା ମୁତାବକ ଆସନ୍ତା କାଲି ରବିବାର ମହିଳା ଫୁଟବଲ ଖେଳ ଅନୁଷ୍ଠିତ ହେବ।

ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *