ଚମ୍ପେଶ୍ୱର ପ୍ରାଇମ୍ ଏକାଡେମୀର ବାର୍ଷିକ ଉତ୍ସବ।

ନରସିଂହପୁର ; ତା-୧୩/୦୧(ବିଏମସି ଟିଭି ଓଡ଼ିଆ)

ନରସିଂହପୁର ବ୍ଲକର ଚମ୍ପେଶ୍ୱର ପ୍ରାଇମ୍ ଏକାଡେମୀ +୨ କଳା ଏବଂ କମ୍ପ୍ୟୁଟର ଶିକ୍ଷା ଅନୁଷ୍ଠାନର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ନରସିଂହପୁର ପଞ୍ଚାୟତ ସମିତି ର ଅଧ୍ୟକ୍ଷା ସସ୍ମିତା ଜେନା ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବରେ ଚମ୍ପେଶ୍ୱର ପଞ୍ଚୟତ ର ସମିତି ସଭ୍ୟ ବିପିନ ବିହାରୀ ପଣ୍ଡା, କାନପୁର ପଞ୍ଚାୟତ ର ସମିତି ସଭ୍ୟ କାର୍ଭିକ୍ ବେହେରା, ଆଇନଜୀବୀ ଦେବଦତ୍ତ ମଳୟ କୁମାର ବରାଳ ଉପସ୍ଥିତ ଥିଲେ। ପ୍ରାଇମ୍ ଏକାଡେମୀର ମୁଖ୍ୟ ପରିଚାଳକ ରାଧେଶ୍ୟାମ ପଣ୍ଡା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ପ୍ରଫେସର କୁଳମଣି ବାରିକ, ଅଧ୍ୟାପକ ଡକ୍ଟର ପ୍ରଫୁଲ କୁମାର ସାହୁ, ଅଧ୍ୟାପକ ଫକୀର ଚରଣ ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବକୃତା , ଚିତ୍ରାଙ୍କନ, ଶ୍ରୁତଲେଖନି , ନୃତ୍ୟ, ସଙ୍ଗୀତ ଇତ୍ୟାଦି କାର୍ଯ୍ୟକଳାପରେ କୃତିତ୍ୱ  ଅର୍ଜନ କରିଥିବା ସମସ୍ତ ପ୍ରତିଯୋଗିତା ମାନଙ୍କୁ ମଞ୍ଚ ଉପରେ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ରାଜାରାମ ପଣ୍ଡା ଏବଂ ଶିବରାମ ପଣ୍ଡା କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ। ପ୍ରାଇମି ଏକାଡେମୀ ଏବଂ କମ୍ପୁଟର ବିଭାଗର ଦୁଇ ସହରୁ ଅଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ନରସିଂହପୁର ରୁ ବିଶ୍ବନାଥ ଜେନା ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।

Leave a Reply

Your email address will not be published. Required fields are marked *