ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକଙ୍କ ବନ୍ଧୁ ମିଳନ ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ନୂତନ ବର୍ଷ ଅବସରରେ ନୀଳାମ୍ବୁ ଚିଲିକାର ତଟ ଦେଶରେ ରବିବାର ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକଙ୍କ ଏକ ବନ୍ଧୁ ମିଳନ ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ବଡକୁଳ ପାନ୍ଥନିବାସ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଅଧିନ ଭୁବନେଶ୍ୱର, ଜଟଣୀ, ଖୋର୍ଦ୍ଧା, ବୋଲଗଡ଼, ନିରାକାରପୁର, ଟାଙ୍ଗୀ, କାଳୁପଡା, କୁହୁଡି, ସୋରଣ, ନାଚୁଣୀ, ଗମ୍ଭାରୀମୁଣ୍ଡା, ବାଣପୁର ଓ ବାଲୁଗାଁ ଅଞ୍ଚଳର ପ୍ରାୟ ୧୧୫ରୁ ଉର୍ଦ୍ଧ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ ।

ଏହି ଅବସରରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ଅଞ୍ଚଳରୁ ଅଂଶଗ୍ରହଣ କରିଥିବା ସାମ୍ବାଦିକ ମାନେ ନିଜ ନିଜର ପରିଚୟ ପ୍ରଦାନ କରିବା ପରେ ଛତିଶଗଡରେ ହତ୍ୟାର ଶିକାର ହୋଇଥିବା ସାମ୍ବାଦିକଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପରସ୍ପର ସହଯୋଗର ବାର୍ତ୍ତା ନେଇ ଅଗ୍ରସର ହେବାକୁ ଆହ୍ୱାନ ଦିଆଯାଇଥିଲା  ।

ଏହା ପରେ ଏକତ୍ରିତ ହୋଇଥିବା ସାମ୍ବାଦିକ ମାନେ ପରସ୍ପରକୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇବା ସହ ନାଚ ଗୀତରେ ମସଗୁଲ ହୋଇ ବଣଭୋଜିର ମଜା ଉଠାଇଥିଲେ ।

ପ୍ରତିବର୍ଷ ଖୋର୍ଦ୍ଧା ଜିଲ୍ଲା ଅଧିନ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ଭାଇଚାରା ଓ ଏକତାର ଲକ୍ଷ୍ୟ ନେଇ ଏହିପରି ବନ୍ଧୁ ମିଳନ କାର୍ଯ୍ୟକ୍ରମ କରାଯିବ ବୋଲି ସର୍ବ ସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା ।  ଆୟୋଜକ ଭାବେ ଚିଲିକା ପ୍ରେସ କ୍ଳବ ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ।

ବିଏମସି ନ୍ୟୁଜ୍ ଓଡିଶା  ।

Leave a Reply

Your email address will not be published. Required fields are marked *