ବହୁ ଭକ୍ତଙ୍କ ସମାବେଶରେ ଉଦଯାପନ ହେଲା ଜଗନ୍ନାଥ କ୍ଷେତ୍ରର ତ୍ରୀଦିବସୀୟ ଯଜ୍ଞ ।

ଜଗତସିଂହପୁର ; ତା-୧୪/୦୧ ( ବିଏମସି ଟିଭି ଓଡ଼ିଆ)

ତିନିଦିନ ପାଇଁ ଜଗା ଦେଲା ଚାହିଁ, ଲାଗିଲା ଭକ୍ତ ଗହଳି !! ବେଦଧ୍ୱନି ଆଉ ମୃଦଙ୍ଗ କାହାଳୀ, ତା ସାଙ୍ଗରେ ହୁଳହୁଳି !!ପୂଜ୍ୟପୂଜା ପୂଜ୍ୟ ଗୁରୁ ଯେ ଗୋବିନ୍ଦ, ସମ୍ମାନିତ ସମ୍ବର୍ଦ୍ଧିତ,ଅନ୍ନ ପ୍ରସନ୍ନ ଯେ ହୃଦୟ ମନ୍ଥନ, ନାନାବିଧ ର ବ୍ୟଞ୍ଜନ !!

ଜଗତସିଂହପୁର ଜିଲ୍ଲାର ଶାରଳା ମଣ୍ଡଳ ଶ୍ରୀକ୍ଷେତ୍ର ଭାବେ ପରିଚିତ ସାରଳା ରୋଡ଼ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ତ୍ରୀଦିବସୀ୍ୟ ଯଜ୍ଞ ର ପୂର୍ଣ୍ଣାହୁତୀ ସହସ୍ରାଧିକ ଭକ୍ତଙ୍କ ସମାବେଶରେ ସମ୍ପନ୍ନ ହୋଇଯାଇଛି । ଦୀର୍ଘ ୧୨ ବର୍ଷ ହେବ ଆୟୋଜିତ ହୋଇ ଆସୁଥିବା ବିଶ୍ଵଶାନ୍ତି ଯଜ୍ଞର ମୁଖ୍ୟ ଉଦ୍ୟକ୍ତା ତଥା ସମାଜସେବୀ ବିଶ୍ଵପ୍ରକାଶ ମହାପାତ୍ର ଙ୍କ ତତ୍ୱାବଧାନରେ ଏହି ଯଜ୍ଞ କରାଯାଉଥିବା ବେଳେ, ଜଗନ୍ନାଥ ମନ୍ଦିରର ମୁଖ୍ୟ ସେବକ ପଣ୍ଡିତ ଅଶୋକ କୁମାର ଦାଶ ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ  । ପୂର୍ବ ପରମ୍ପରା କ୍ରମେ ତିର୍ତ୍ତୋଲ ର ଅଧିଷ୍ଠାତ୍ରୀ ଦେବୀ, ଝଙ୍କଡବାସିନୀ ମା’ ଶାରଳା ଦେବୀ ଙ୍କ ଚନ୍ଦନ ପୁଷ୍କରିଣୀ ରୁ ବୈଦିକ ରୀତିନୀତି ଅନୁସାରେ ପୂଜାର୍ଚନା ସହିତ ଜଳଭରା କଳସ ଶୋଭାଯାତ୍ରା କରାଯାଇ, ସାରଳା ରୋଡ଼ ସ୍ଥିତ ଜଗନ୍ନାଥ ମନ୍ଦିର ପରିସର କୁ ଆସିବା ପରେ, ଅଙ୍କୁରାରୋପଣ ସହିତ, ସୂର୍ଯ୍ୟପୂଜା, ଗୋପୂଜା, ଶାଲାପୂଜା, ଦଶଦିଗପାଳ ପୂଜା ଆଦି କ୍ରିୟାତ୍ମକ ଵିଧି ଅନୁସାରେ ତ୍ରିଦିବସୀୟ ଯଜ୍ଞର ପ୍ରାରମ୍ଭ କରାଯାଇଥିଲା  ।  ଦୈନିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମରେ,ଜଗନ୍ନାଥ କ୍ଷେତ୍ର କୁ ଛୋଟିଆ ଶ୍ରୀକ୍ଷେତ୍ର ର ଭକ୍ତିମୟ ପରିବେଶ ସୃଷ୍ଟି କରିଥିବାର ଦେଖିବାକୁ ମିଳିଛି । ଏହି ସମସ୍ତ କାର୍ଯ୍ୟରେ ସକ୍ରିୟ ସହଯୋଗ କରିଥିଲେ,ସ୍ଥାନୀୟ ଶ୍ରଦ୍ଧାଳୁ ଯୁବକ ମାନେ । ସମାଜସେବୀ ବିଶ୍ଵପ୍ରକାଶ ମହାପାତ୍ର ଯଜ୍ଞକର୍ତ୍ତା ଭାବେ ଦାୟିତ୍ୱ ତୁଲାଉଥିବା ବେଳେ, ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା ବୈଦିକ ଆଚାର୍ଯ୍ୟ ମାନଙ୍କ ଦ୍ୱାରା ଯଜ୍ଞାହୁତୀ ପ୍ରଦାନ କରାଯାଇ ପ୍ରକୃତି ତଥା ବିଶ୍ୱ ପରିବେଶକୁ ଶାନ୍ତସ୍ନିଗ୍ଧ ଓ ସ୍ୱଚ୍ଛ ରଖିବାରେ ସହାୟକ ଭୂମିକା ବହନ କରିଥିଲେ  । ଯଜ୍ଞ ର ପୂର୍ଣ୍ଣାହୁତୀ କାର୍ଯ୍ୟକ୍ରମ ରାତ୍ର ୧୦ ଘଟିକା ସମୟରେ ସମାପନ ହେବାପରେ ସାମୁହିକ ପ୍ରସାଦ ସେବନ କରାଯାଇ ଯଜ୍ଞ କାର୍ଯ୍ୟକୁ ବିରାମ ଦିଆଯାଇଥିଲା ।

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ବିଏମସି ନ୍ୟୂଜ ଓଡିଶା  ।

Leave a Reply

Your email address will not be published. Required fields are marked *