ନୟାଗଡ ; ତା-୧୪/୦୧(ବିଏମସି ଟିଭି ଓଡ଼ିଆ)
ଦଶପଲ୍ଲା ଗଣେଶ ବଜ଼ାର ସଂନିକଟରେ ଥିବା ବହୁ ପ୍ରାଚୀନ ବିବେକାନନ୍ଦ ପଠନ କେନ୍ଦ୍ର ଆନୁକୂଲ୍ୟରେ ଆୟୋଜିତ ଉଦଜାପନୀ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ସଂମ୍ମାନିତ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ଭକ୍ତ ବିନୋଦ ସଲ, ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ଃ ସନ୍ଦୀପ କୁମାର ସ୍ୱାଇଁ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ସୌରଭ ରଞ୍ଜନ ଖମାରି, ସମ୍ମାନିତ ବକ୍ତା ଅଧ୍ୟାପକ ମଦନ ସୁନ୍ଦର କ୍ଷେତି ଉପସ୍ଥିତ ଥିଲେ। ଏହି ମଞ୍ଚ କୁ ପରିଚାଳନା କରୁଥିଲେ ସାହିତ୍ୟିକ, କବି ହାଡିବନ୍ଧୁ ମହାକୁଡ଼ । ଏଥିସହିତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ପଠନ କେନ୍ଦ୍ରର ସଭ୍ୟ ଶୁଭ୍ରାଂଶୁ ଶେଖର ସୁବୁଦ୍ଧି ଏବଂ ସମ୍ପାଦକ ସୁଶାନ୍ତ କୁମାର ମହାପାତ୍ର ବିବରଣୀ ପାଠ କରିବା ସହିତ କୁନିକୁନି ପିଲାମାନେ ପୁଷ୍ପ ଗୁଚ୍ଛ ଦେଇ ଅତିଥି ମାନଙ୍କୁ ସ୍ୱାଗତ କରାଯାଇଥିଲା ।ଏହି ପଠନ କେନ୍ଦ୍ର ରେ ଦୁଇଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ବିଭିନ୍ନ ପର୍ଯ୍ୟାୟ ରେ ବହୁବିଧ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା ।ଏଥି ସହିତ ପୂର୍ବରୁ ହୋଇଥିବା ପ୍ରତିଯୋଗିତା ର ପୁରସ୍କାର ବଣ୍ଟନ କରାଯାଇଥିଲା।ମୁଖ୍ୟ କଥା ହେଲା ଅବସରପ୍ରାପ୍ତ ପ୍ରଫେସର ନନ୍ଦ କିଶୋର ମିଶ୍ର ପଠନ କେନ୍ଦ୍ର ର ଉର୍ନ୍ନତି ସହ ଲାଇବ୍ରେରୀ ପାଇଁ ଏକ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।
ଦଶପଲ୍ଲା ରୁ ବଳଭଦ୍ର କର ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।